ବିଧାୟକଙ୍କ ଗୁଣ୍ଡାଗିରି ହେଉନି ବନ୍ଦ ! ଏବେ ହାଇେଓ୍ଵ ଇଞ୍ଜିନିୟରଙ୍କୁ ରଶିରେ ବାନ୍ଧି ତାଙ୍କ ଉପରେ ପକାଇଲେ କାଦୁଅ

ଦିନକୁ ଦିନ ବଢ଼ିବାରେ ଲାଗିଛି ବିଧାୟକଙ୍କ ଦାଦାଗିରି। ଜଣେ ବିଧାୟକଙ୍କ ଗୁଣ୍ଡାଗିରି ମନରୁ ଲିଭିନଥିବା ବେଳେ ପୁଣି ଜଣେ ବିଧାୟକଙ୍କ ଗୁଣ୍ଡାଗିରି ସାମ୍ନାକୁ ଆସିଛି । ତାହା ପୁଣି ସରକାରୀ ଅଧିକାରୀଙ୍କ ଉପରେ। ବିଜେପି ବିଧାୟକ ଆକାଶ ବିଜୟବର୍ଗିୟ ମୁନସିପାଲିଟି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଶାନ୍ତ ପଡିନଥିବା ବେଳେ କଂଗ୍ରେସ ବିଧାୟକ ନିତେଶ ରାଣେଙ୍କ ଅନୁରୂପ ଆଚରଣ ସାମ୍ନାକୁ ସାସିଛି । ଜଣେ ହାଇେଓ୍ଵ ଇଞ୍ଜିନିୟରଙ୍କୁ ରଶିରେ ବାନ୍ଧି ତାଙ୍କ ଉପରେ କାଦୁଅ ଢାଳିଛନ୍ତି ବିଧାୟକ।

https://www.facebook.com/NiteshRane23/videos/627208101123820/

ମହାରାଷ୍ଟ୍ରର ଏହି କଂଗ୍ରେସ ବିଧାୟକ ନିତେଶ ରାଣେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ରାଣେଙ୍କ ପୁଅ। ମୁମ୍ବାଇ-ଗୋଆ ହାଇେଓ୍ଵରେ ବହୁତ ଖାଲ ଖମା ଥିବାରୁ ଜନସାଧାରଣ ଯାତାୟତ କରିବାକୁ ବହୁତ ହଇରାଣ ହେଉଥିଲେ। ଏନେଇ କୌଣସି ପଦକ୍ଷେପ ନିଆଯାଉନଥିବାରୁ ନିତେଶ ରାଣେ ଓ ତାଙ୍କ ସହଯୋଗୀ ମିଶି ହାଇେଓ୍ଵ ଇଞ୍ଜିନିୟରଙ୍କୁ ରଶିରେ ବାନ୍ଧି ତାଙ୍କ ଉପରେ କାଦୁଆ ଢାଳିଥିଲେ । ଘଟଣା ପରେ ବିଧାୟକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କର ୫୦ ଜଣ ସମର୍ଥକଙ୍କ ବିରୋଧରେ ଧାରା ୩୫୩, ୩୪୨, ୩୩୨, ୩୨୪, ୩୨୩, ୧୨୦(ଏ), ୧୪୭, ୧୪୩, ୫୦୪, ୫୦୬ ଅନ୍ତର୍ଗତ ମାମଲା ରୁଜୁ ହୋଇଛି। ବହୁ ସମୟ ପର୍ଯ୍ୟନ୍ତ ଇଞ୍ଜିନିୟରଙ୍କୁ ବାନ୍ଧି ରଖିଥିଲେ ବିଧାୟକ ଓ ତାଙ୍କ ସହଯୋଗୀ। ଏହାରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.