ବ୍ରିଟିଶ ନିୟମ ଶେଷ କରି ଦେଲେ କେନ୍ଦ୍ର ସରକାର, ଏବେ ୨୪ ଘଣ୍ଟା ହୋଇ ପାରିବ ମୃତଦେହର ପୋଷ୍ଟମର୍ଟମ୍‌; ସାମିଲ ନାହିଁ ଏ ସବୁ କେସ୍‌

କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେଠାରୁ ଦେଶର ହସ୍ପିଟାଲଗୁଡ଼ିକରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ମୃତଦେହର ପୋଷ୍ଟମର୍ଟମ୍‌ କରାଯିବ। ତେବେ ସରକାର ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ହସ୍ପିଟାଲଗୁଡ଼ିକରେ ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ କରିବାକୁ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଏଥିରେ ହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ, କ୍ଷତ ବିକ୍ଷତ ଶବ ଏବଂ ସନ୍ଦେହଜନକ ଅବସ୍ଥାରେ ହୋଇଥିବା ମୃତ୍ୟୁ ମାମଲାକୁ ସାମିଲ କରାଯାଇ ନାହିଁ।

ଶେଷ ହେଲା ବ୍ରିଟିଶ ବ୍ୟବସ୍ଥା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡିବିୟା ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି ଯେ ‘ବ୍ରିଟିଶ ସମୟ ବ୍ୟବସ୍ଥା ଶେଷ! ୨୪ ଘଣ୍ଟା ହୋଇ ପାରିବ ପୋଷ୍ଟମର୍ଟମ୍‌’। ଏହାର ଅର୍ଥ, ଏବେ ସୂର୍ଯ୍ୟାସ୍ତ ପରେ ବି ହସ୍ପିଟାଲଗୁଡ଼ିକ ଶବ ବ୍ୟବଚ୍ଛେଦ କରି ପାରିବେ। କହି ରଖୁଛୁ, ପୂର୍ବରୁ ଦିନ ଗଡ଼ିଯିବା ପରେ ଅର୍ଥାତ୍‌ ସୂର୍ଯ୍ୟାପ୍ତ ପରେ ଶବ ବ୍ୟବଚ୍ଛେଦ କରାଯାଉ ନ ଥିଲା।

ଅଙ୍ଗଦାନକୁ ମିଳିବ ପ୍ରୋତ୍ସାହନ

ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡିବିୟାଙ୍କ କହିବା ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ବିଚାରକୁ ଆଗକୁ ବଢ଼ାଇ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଯେଉଁ ହସ୍ପିଟାଲଗୁଡ଼ିକରେ ରାତିରେ ପୋଷ୍ଟମର୍ଟମ୍‌ କରିବାର ସମସ୍ତ ସୁବିଧା ଉପଲବ୍ଧ ଅଛି, ସେମାନେ ସୂର୍ଯ୍ୟାପ୍ତ ପରେ ପୋଷ୍ଟମର୍ଟମ୍‌ କରି ପାରିବେ। ମୃତକଙ୍କ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ବ୍ୟତୀତ, ଏହି ନୂଆ ପ୍ରକ୍ରିୟା ଅଙ୍ଗଦାନ ଓ ପ୍ରତ୍ୟାରୋପଣକୁ ବି ପ୍ରୋତ୍ସାହିତ କରିଥାଏ, କାହିଁକି ନା, ଏହି ପ୍ରକ୍ରିୟା ପରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଅଙ୍ଗକୁ ବାହାର କରାଯାଇ ପାରିବ।

ମନ୍ତ୍ରାଳୟ ଏହି ମାମଲାରେ ସୂଚନା ଦେବାକୁ ଯାଇ କହିଛି ଯେ କିଛି ସଂସ୍ଥା ପ୍ରଥମରୁ ହିଁ ରାତି ସମୟରେ ପୋଷ୍ଟମର୍ଟମ୍‌ କରୁଛନ୍ତି। ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ତଥା ଉନ୍ନତି, ବିଶେଷ କରି ଆବଶ୍ୟକ ଆଲୋକର ଉପଲବ୍ଧତା ଏବଂ ପୋଷ୍ଟମର୍ଟମ୍‌ ପାଇଁ ଆବଶ୍ୟକ ଭିତ୍ତିଭୂମି ଥିବା ହସ୍ପିଟାଲଗୁଡ଼ିକରେ ଏବେ ରାତି ବେଳା ପୋଷ୍ଟମର୍ଟମ କରିବା ସମ୍ଭବ ହେବ। ମନ୍ତ୍ରାଳୟ ଦର୍ଶାଇଛି କି, କୌଣସି ବି ସନ୍ଦେହ ଦୂର କରିବା ପାଇଁ ପୂରା ରାତି ସମସ୍ତ ପୋଷ୍ଟମର୍ଟମ୍‌ର ଭିଡିଓ ରେକର୍ଡିଂ କରାଯିବ ଏବଂ ଆଇନଗତ ଉଦ୍ଦେଶ୍ୟରେ ଭବିଷ୍ୟତର ସନ୍ଦର୍ଭ ପାଇଁ ସଂରକ୍ଷିତ ରଖାଯିବ।

ମନ୍ତ୍ରାଳୟ ମୁତାବକ, ସମ୍ବନ୍ଧିତ ପ୍ରୋଟୋକଲରେ କୁହାଯାଇଛି କି, ଅଙ୍ଗଦାନ ପାଇଁ ପୋଷ୍ଟମର୍ଟମ୍‌ ପ୍ରାଥମିକତା ଆଧାରରେ କରାଯିବା ଉଚିତ। ଏହା ସୂର୍ଯ୍ୟାପ୍ତ ପରେ ସେହି ହସ୍ପିଟାଲଗୁଡ଼ିକରେ କରାଯିବା ଉଚିତ, ଯାହାଙ୍କ ପାଖରେ ନିୟମିତ ଆଧାରରେ ଏଭଳି ପୋଷ୍ଟମର୍ଟମ୍‌ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଥିବ। ତେବେ ଏମିତି ଏକ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଦେଶରେ ବ୍ରିଟିଶ ଶାସନ କାଳରୁ ଲାଗୁ ବ୍ୟବସ୍ଥାକୁ ଶେଷ କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.