ମୋଦି ସରକାରଙ୍କ ବଡ ଘୋଷଣା, ଆସନ୍ତା ମାର୍ଚ୍ଚ ମାସ ଯାଏଁ ଲଞ୍ଚ ହେବନି କୌଣସି ନୂଆ ସ୍କିମ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଓ ଏହାର ସଂକ୍ରମଣ ରୋକିବା ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ନୂଆ ଯୋଜନା ଘୋଷଣା ନନେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ନୂଆ ନିୟମ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା” କିମ୍ବା “ଆତ୍ମନିର୍ଭର ଭାରତ” ସହିତ ଜଡିତ ଥିବା ଯୋଜନା ଗୁଡିକ ଉପରେ କାର୍ଯ୍ୟକାରୀ ହେବ ନାହିଁ | କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ବୟାନରେ କୁହାଯାଇଛିକି, କରୋନା ଭାଇରସକୁ ନେଇ ଜାରି ରହିଥିବା ଆର୍ଥିକ ସଙ୍କଟ ଅବସ୍ଥା କାରଣରୁ ହିଁ ମନ୍ତ୍ରାଳୟ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Why the Narendra Modi government must acknowledge the economic ...

୨୦୨୧ ମାର୍ଚ୍ଚ ମାସ ଭିତରେ କୌଣସି ନୂଆ ସ୍କିମ ଆରମ୍ଭ କରାଯିବ ନାହିଁ । ଏହା ଦ୍ୱାରା କିଛି ପରିମାଣରେ ଖର୍ଚ୍ଚକୁ ରୋକା ଯାଇପାରିବ । କିନ୍ତୁ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଯୋଜନା ଗୁଡିକ ପାଇଁ ହେଉଥିବା ଖର୍ଚ୍ଚ ଗୁଡିକରେ କୌଣସି ପ୍ରକାର ଖର୍ଚ୍ଚ କାଟ କରାଯିବ ନାହିଁ । ସରକାରଙ୍କ ଏହି ନୂଆ ନିର୍ଦ୍ଦେଶନାମା ୨୦୨୦- ୨୦୨୧ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ସମସ୍ତ ଯୋଜନା ଗୁଡିକ ଉପରେ ଲାଗୁ ହେବ ।

ଏମିତିକି ଏସଏଫସି ଦ୍ୱାରା ଜାରି ହୋଇଥିବା ୫୦୦ କୋଟି ଟଙ୍କିଆ ସ୍କିମ ଉପରେ ବି ରୋକ ଲଗାଯିବ । ଅର୍ଥ ମନ୍ତ୍ରାଳୟର ଏକ୍ସପେଣ୍ଡିଚାର ଡିପାର୍ଟମେଣ୍ଟ ତରଫରୁ ଏହି ନିର୍ଦ୍ଦେଶାନାମା ଜୁନ ୪ ତାରିଖରେ ଜାରି ହୋଇଥିବା ବେଳେ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ଗୁଡିକୁ ନିଜ ନିଜ ଖର୍ଚ୍ଚ ତାଲିକା ଜୁନ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । କହିରଖିବା ଉଚିତ ହେବକି, ଆତ୍ମନିର୍ଭର ଭାରତ ନେଇ କେନ୍ଦ୍ର ସରକାର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ୨୦ ଲକ୍ଷ କୋଟି ଟଙ୍କା ର ଏକ ପ୍ୟାକେଜ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.