Below header

ଫୋନରେ ମୋଦୀ ଜେଲେନସ୍କି କଥାବାର୍ତ୍ତା, କହିଲେ ଋଷିଆ ସହ ଶାନ୍ତି ପ୍ରତିଷ୍ଠା କରିବାରେ ଭାରତ କରିବ ସାହାଯ୍ୟ

କେନ୍ୟୁଜ୍‌(ବ୍ୟୁରୋ): ଫୋନରେ ମୋଦୀଙ୍କ ସହ କଥାହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ଋଷିଆ ସହ ଶାନ୍ତି ପ୍ରତିଷ୍ଠା କରିବାରେ ଭାରତର ସାହାଯ୍ୟ ମାଗିଲେ ଜେଲେନେସ୍କି ।

ମୋଦୀଙ୍କ ସହ ଫୋନରେ କଥାହୋଇ ଜି20 ସଭାପତିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଜେଲେନସ୍କି । ଏହାସହ ଜି20 ପ୍ଲାଟଫର୍ମ ମାଧ୍ୟମରେ ଋଷୁଆ ସହ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ସହଯୋଗ କାମନା କରିଛନ୍ତି । ଜାତିସଂଘରେ ଭାରତର ମାନବୀୟ ସହାୟତା ଓ ସମର୍ଥନ ପାଇଁ ଟ୍ଵିଟ ଯୋଗେ ଧନ୍ୟବାଦ ଦେଇଛନ୍ତି ଜେଲେନସ୍କି ।

ଜେଲେନସ୍କି ଟ୍ଵିଟ କରି କହିଛନ୍ତି ‘ମୁଁ ଫୋନରେ ମୋଦୀଙ୍କ ସହ କଥା ହୋଇଛି । ଅଧ୍ୟକ୍ଷ ଭାବରେ ଜି20 ସମ୍ମିଳନୀ ଆୟୋଜନରେ ଭାରତର ସଫଳତା କାମନା କରିଛି । ଏହି ମଞ୍ଚରେ ମୁଁ ଶାନ୍ତିର ସୂତ୍ର ଘୋଷଣା କରିଥିଲି । ଏହାର କାର୍ଯ୍ୟକାରୀ ଉପରେ ଭାରତର ଅଂଶଗ୍ରହଣ କାମନା କରୁଛି । ଜାତିସଂଘରେ ମାନବୀୟ ସହାୟତା ଓ ସମର୍ଥନ ପାଇଁ ଭାରତକୁ ଧନ୍ୟବାଦ ଦେଉଛି ।’

ଏନେଇ ଭାରତ କୌଣସି ବୟାନ ଜାରି କରିନଥିଲେ ସୁଦ୍ଧା କୁଟନୀତି ଓ କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ପୂର୍ବରୁ କହି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.