କରୋନା ର ଶନି ସମ୍ପର୍କ, କେବେ ଆସିବ ସଂକ୍ରମଣର ବଡ଼ ଲହର

କରୋନା ପୁଣି ଥରେ ମୁଣ୍ଡ ଉଠାଇଲାଣି । ତେଣୁ ଭାରତ ସହ ଦୁନିଆର ଅନେକ ଦେଶରେ କରୋନାକୁ ପ୍ରତିହତ କରିବା ପାଇଁ ଦ୍ରୁତ ପ୍ରସ୍ତୁତି ଚାଲିଛି । ଏହା ମଧ୍ୟରେ କରୋନା ପଛରେ ଶନି ଗ୍ରହଙ୍କ ସମ୍ପର୍କକୁ ନେଇ ଜ୍ୟୋତିର୍ବିଦମାନେ ମତ ଦେଇଛନ୍ତି । କେବେ ପୁଣି ଥରେ କରୋନା ଲହର ଉପରକୁ ଉଠିବ, ତାହା ପଛରେ କ’ଣ କାରଣ ରହିଛି ।

ସେ ନେଇ ଆକଳନ କରିଛନ୍ତି ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ସୁନିଲ ଶର୍ମା । ଏହା ପଛରେ ଶନି ଦଶାର କାରଣ ହୋଇପାରେ । ଏହଛଡ଼ା କରୋନା ପ୍ରସାର ପଛରେ ଏପର୍ଯ୍ୟନ୍ତ ବୃହସ୍ପତିଙ୍କ ହାତ ଥିବା ମଧ୍ୟ କୁହାଯାଇଛି । ଏଥିସହିତ କରୋନା ମାଡିବା ପଛରେ ରାହୁ-କେତୁଙ୍କର ହାତ ମଧ୍ୟ ରହିଥିବା ଜ୍ୟୋତିର୍ବିଦମାନେ କହୁଛନ୍ତି ।

ଶନିଦେବ ବଦଳାଉଛନ୍ତି ଘର

ପୁଣି ଥରେ ଶନିଦେବ ଏପରି ଘରକୁ ଯାଉଛନ୍ତି ଯେଉଁଠି ଏହାର ପ୍ରଭାବକୁ ବଢ଼ାଇଦେବେ । ଶନି କୌଣସି ରାଶକୁ ଯିବା ପୂର୍ବରୁ ତାହାର ପ୍ରଭାବ ଦେଖାଇଥାନ୍ତି । ସେହିପରି ଶନି କୌଣସି ରାଶିରୁ ଯିବା ପରେ କିଛି ଦିନ ଯାଏ ମଧ୍ୟ ପ୍ରଭାବ ରହିଥାଏ ।

ଏଥିପାଇଁ ବଢ଼ୁଛି କରୋନା

ଏବେ ଯଦି ଆମେ କରୋନା ସ୍ଥିତି ଜାଣିବାକୁ ଚାହିଁବା ତେବେ ଶନିଦେବଙ୍କ ସ୍ଥିତି ଜାଣିବା ନିହାତି ଜରୁରୀ । ଶନିଦେବ ୧୭ ଜାନୁଆରୀ ୨୦୨୩ ରୁ ନିଜ ରାଶି କୁମ୍ଭରେ ପ୍ରବେଶ କରିବେ । ଶନିଙ୍କ ନିଜ ଘରକୁ ଯିବା ଦ୍ୱାରା କରୋନା ପୁଣି ଥରେ ମୁଣ୍ଡ ଟେକିବ । ଶନିଙ୍କ ପ୍ରବେଶ ପୂର୍ବରୁ ଅର୍ଥାତ ୯ ରୁ ୧୨ ଜାନୁଆରୀରୁ କରୋନା ବଢ଼ିବା ଆରମ୍ଭ କରି ୧୫ ଫେବ୍ରୁଆରୀ ପର୍ଯ୍ୟନ୍ତ ପିକ୍‌ରେ ପହଞ୍ଚିଯିବ । ଏଥିପାଇଁ କେବେ କରୋନା ଅତ୍ୟଧିକ ଉପରେ ରହିବ ତ କେବେ ପୁଣି କମିଯିବ । ସାରା ବିଶ୍ୱରେ ପ୍ରାୟ ୧୦ ରୁ ୧୭ ପ୍ରତିଶତ ଲୋକ ପ୍ରଭାବିତ ହେବେ ବୋଲି କହିଛନ୍ତି ପଣ୍ଡିତ ସୁନିଲ ଶର୍ମା ।

ଚୀନରେ ସ୍ଥିତି ହେବ ଖରାପ

ଗ୍ରହ ସ୍ଥିତି ଏପରି କହୁଛି କି କରୋନା ଯୋଗୁ ପୁଣି ଥରେ ମୃତ୍ୟୁ ତାଣ୍ଡବ ଦେଖିବାକୁ ମିଳିବ । ସବୁଠୁ ଖରାପ ସ୍ଥିତି ଚୀନରେ ଦେଖାଯିବ ବୋଲି ଆକଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.