ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର: ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼(କେନ୍ୟୁଜ୍):  ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । କାଲିଠୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ ଧନୁଯାତ୍ରା ଚାଲିବ ।

ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ । ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଅମ୍ବାପାଲି ସାଜିଥିବା ଗୋପପୁର। ଏଥିପାଇଁ ମଥୁରା ଓ ଗୋପପୁରର ବିଭିନ୍ନ କାନ୍ଥରେ ହୋଇଛି ବିଭିନ୍ନ ଚିତ୍ର । ସହରର ଚତୁର୍ଦିଗ ଆଲୋକମାଳାରେ ଝଲସୁଛି । ଦୁଇବର୍ଷ ପରେ ବିନା କଟକଣାରେ ଧନୁଯାତ୍ରା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.