କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

କେରଳ: ଆଜି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳ ପ୍ରବେଶ କରିଛି। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ସାଇକ୍ଲୋନିକ୍ ସର୍କ୍ୟୁଲେସନ୍ ସୃଷ୍ଟି ହେବା ଯୋଗୁଁ ଜୁନ୍ ୧ ତାରିଖ ଦିନ କେରଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କହିଥିଲା।

ତେବେ ମୌସୁମୀ ଛୁଇଁବା ପରେ କେରଳରେ ମେଘୁଆ ପାଗ ସହ ବର୍ଷା ଆରମ୍ଭ ହୋଇଯାଇଛି। ଏଥର ଠିକ୍‌ ସମୟରେ ମୌସୁମୀ ବାୟୁ କେରଳ ଛୁଇଁଛି । ବାତ୍ୟା ଅମ୍ପନ ସତ୍ତ୍ୱେ ସଠିକ୍‌ ସମୟରେ କେରଳରେ ପହଞ୍ଚିଛି ମୌସୁମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.