ନାଇଜେରିଆରେ ବୁଡିଲା ଡଙ୍ଗା, ୧୦୦ରୁ ଅଧିକ ମୃତ

କଓ୍ଵାରା ପଟିଗି ଜିଲ୍ଲାରେ ଏକ ବିବାହ ଉତ୍ସବରୁ ଯୋଗଦେଇ ଫେରୁଥିବାବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ବୁଡିଲା ଡଙ୍ଗା। ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ନାଇଜେରିଆରେ ବୁଡିଲା ଡଙ୍ଗା, ୧୦୦ରୁ ଅଧିକ ମୃତ । ଉତ୍ତର ମଧ୍ୟ ନାଇଜେରିଆରେ ବୁଡିଲା ଡଙ୍ଗା । କଓ୍ଵାରା ପଟିଗି ଜିଲ୍ଲାରେ ଏକ ବିବାହ ଉତ୍ସବରୁ ଯୋଗଦେଇ ଫେରୁଥିବାବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଛି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଥିଲେ । ଡଙ୍ଗାରେ ୫ଟି ଗାଁର ଲୋକ ଥିଲେ । ଏପର୍ଯ୍ୟନ୍ତ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ଜଣଙ୍କୁ ଉଦ୍ଧାର କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.