Below header

ଦୁଇଟି ଟ୍ରେନ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୨୧୦ରୁ ଅଧିକ ଆହତ

ଦୁଇଟି ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଥିରେ ୨୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମାଲେସିଆର ରାଜଧାନୀ କ୍ଲାଲାଲାମପୁରରେ ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି । କିନ୍ତୁ ଏଥିରେ କାହାର ପ୍ରାଣହାନୀ ହୋଇନାହିଁ।
ଏହି ଦୁର୍ଘଟଣାରେ ୧୬୬ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪୭ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ମହମ୍ମଦ ଜହିରୁଲ ଇସଲାମ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ଗୋଟିଏ ଟ୍ରେନ୍ ମରାମତି ହେବା ପାଇଁ ଷ୍ଟେସନକୁ ଯାଉଥିବା ସମୟରେ ସମାନ ଟ୍ରାକରେ ଆଉ ଏକ ଯାତ୍ରୀ ବାହୀ ଟ୍ରେନ୍ ଆସୁଥିବାରୁ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଟ୍ରେନ୍ ଦ୍ୱୟ ମଧ୍ୟ ଦ୍ରୁତ ଗତିରେ ଯାଉନଥିଲେ ।

ଘଟଣାକୁ ନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ ୟାସିନ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଫେସବୁକ ଯୋଗେ ପୋଷ୍ଟ କରିଛନ୍ତି । ଏହାସହ ଘଟଣାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.