୩୫୦ ବର୍ଷ ପୂର୍ବେ ଆପଣେଇ ଥିଲେ ଇସ୍‌ଲାମ୍‌, ଏବେ ପୁଣି କବର ଦେବା ପରମ୍ପରା ଛାଡ଼ି ବନିଗଲେ ହିନ୍ଦୁ

ହରିୟାଣା : ସାଧାରଣତଃ ଇସ୍‌ଲାମ୍‌ ପରମ୍ପରାରେ ମୃତ ବ୍ୟକ୍ତିଙ୍କୁ ଦଫ୍‌ନାଇବା ବା କବର ଦେବା ବ୍ୟବସ୍ଥା ରହିଛି । ହେଲେ ହରିୟାଣାର ହିସାର ଜିଲ୍ଲାରେ ଏବେ ଏମିତି ମାମଲା ଆସିଛି ଯେଉଁଠି ୩୫୦ ବର୍ଷ ହେବ ମୃତକଙ୍କୁ ପୋତି ଦିଆଯାଉଥିଲା ।

ମାତ୍ର ଉକ୍ତ ଗାଁରେ ଏବେ ୩୫୦ ବର୍ଷର ପରମ୍ପରା ଭାଙ୍ଗି ଜଣେ ମୃତକଙ୍କୁ ଅଗ୍ନି ସଂସ୍କାର କରାଯାଇଛି । ତେବେ ପରିବାର ଲୋକ କହିଛନ୍ତି ଯେ ଔରଙ୍ଗଜେବ୍‌ଙ୍କ କାରଣରୁ ସେମାନଙ୍କର ପୂର୍ବ ପୀଢ଼ି ଇସ୍‌ଲାମ୍‌ ଧର୍ମ ଆପଣେଇ ଥିଲେ ।

ତେଣୁ ଏବେ ସେମାନେ ପୁଣି ହିନ୍ଦୁ ଧର୍ମକୁ ଆପଣେଇ ନେଲେ । ଏଭଳି ଘଟଣା ଘଟିଛି ହରିୟାଣା ହିସାର ଜିଲ୍ଲା ବିଠ୍‌ମଣ୍ଡା ଗାଁରେ । ଜଣେ ବୃଦ୍ଧଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ରୀତି ନୀତି ଅନୁଯାୟୀ କରାଯାଇଛି ।

୩୫୦ ବର୍ଷର ପରମ୍ପରା ଭାଙ୍ଗି ଜଣେ ମୃତକଙ୍କୁ ଅଗ୍ନି ସଂସ୍କାର କରାଯାଇଛି । ଉକ୍ତ ଗାଁରେ ୩୦ରୁ ଅଧିକ ପରିବାର ହିନ୍ଦୁ ଧର୍ମକୁ ଫେରିଥିବା ଜଣାଯାଇଛି ।୩୫୦ ବର୍ଷ ପରେ ସେମାନେ ପୁଣି ହିନ୍ଦୁ ରୀତି ନୀତିକୁ ଫେରିଥିବା କହିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.