Below header

ଆମେରିକାରେ COVID-19 ଭାଇରସରେ ୪୦ ଜଣ ଭାରତୀୟଙ୍କ ମୃତ୍ୟୁ, ପ୍ରାଣ ହରାଇଛନ୍ତି ଜଣେ ଓଡ଼ିଆ

ମାରାତ୍ମକ କରୋନା ଭାଇରସ ଆମେରିକା ପରି ମହାଶକ୍ତିକୁ ଦୋହଲାଇ ଦେଇଛି । ବିଶ୍ୱର କରୋନା ସଂକ୍ରମିତ ତାଲିକାରେ ବି ପ୍ରଥମ ଦେଶ ଭାବେ ଆଜି ଆମେରିକା ଛିଡା ହୋଇଛି । ଯେଉଁଠି ମାତ୍ର ଗୋଟିଏ ଦିନରେ ହିଁ ପ୍ରାୟ ୨ ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହି ଦେଶରେ ବସବାସ କରୁଥିବା ଭାରତୀୟ ମାନେ ବା ଏଥିରୁ ରକ୍ଷା ପାଆନ୍ତେ କେମିତି । ଦୁଃଖର କଥା ଯେ, କରୋନା ଭାଇରସରେ ସଂକ୍ରମିତ ହୋଇ ଏହି ଦେଶରେ ୪୦ ଜଣ ଭାରତୀୟ ବଂଶୋଦ୍ଭବ ପ୍ରାଣ ହରାଇ ସାରିଲେଣି ।

america

ଯେବେକି ୧୫୦୦ ରୁ ଅଧିକ ସଂକ୍ରମିତ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । କହି ରଖିବା ଉଚିତ ହେବ କି, କରୋନା ସଂକ୍ରମଣ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ଭିତରେ କେରଳର ୧୭ ଜଣ, ଗୁଜୁରାଟର ୧୦ ଜଣ, ପଞ୍ଜାବର ୪ ଜଣ, ଆନ୍ଧ୍ର ପ୍ରଦେଶର ୨ ଜଣ ଥିବା ବେଳେ ଓଡ଼ିଶାର ଜଣେ ଅଛନ୍ତି । ଏମାନଙ୍କ ଭିତରୁ ଅଧିକାଂଶଙ୍କର ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ବେଳେ ଜଣଙ୍କର ବୟସ ୨୧ ବର୍ଷ । ଆମେରିକାସ୍ଥିତ ‘ଜନ ହପିନ୍ସ ବିଶ୍ୱବିଦ୍ୟାଳୟ”ର ଏକ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଏହି ଦେଶରେ ପ୍ରାୟ ୨୧,୦୮ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।

america

ଯେବେକି ଆମେରିକାରେ ସଂକ୍ରମିତ ଲୋକଙ୍କ ସମୁଦାୟ ସଂଖ୍ୟା ୫ ଲକ୍ଷ ପାର ହୋଇସାରିଥିବା ବେଳେ ୫,୮୦୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଆମେରିକାର ନିଉୟର୍କ ସହରରେ ହିଁ କରୋନା ପ୍ରକୋପ ଅଧିକ ଦେଖାଦେଇଛି ଢ ଏହି ସହରରେ ହିଁ କେବଳ ୧୫ ଜଣ ଆମେରିକା-ଭାରତୀୟଙ୍କ ମୃତ୍ୟୁ ହୋଇଛି । ଯେବେକି ପ୍ଲେସିନ୍ଵିବିଆ ଓ ଫ୍ଲୋରିଡ଼ା ସହରରେ ୪ ଜଣ ଭାରତୀୟଙ୍କ ସଂକ୍ରମଣ ଜନିତ ମୃତ୍ୟୁ ହୋଇସାରିଲାଣି । ଯେବେକି ଟେକ୍ସସ ଓ କାର୍ଲିଫର୍ଣ୍ଣିଆରେ ଜଣେ ଲେଖାଏଁ ଙ୍କର ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି । ଏକ ଆନୁମାନିକ ତଥ୍ୟ ଅନୁଯାୟୀ, ଏଭିତରେ ନ୍ୟୁଜର୍ସିରେ ୪୦୦ ରୁ ଅଧିକ, ନ୍ୟୁୟର୍କରେ ୧,୦୦୦ ରୁ ଅଧିକଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.