Below header

ପୁରୀ ସହରରେ କାର୍ଯ୍ଯରତ ଦୁଇ ଶହରୁ ଅଧିକ ସଫେଇ କର୍ମଚାରୀଙ୍କୁ କରାଗଲା ସମ୍ବର୍ଦ୍ଧିତ, ଯେଉଁମାନେ ଏହି କରୋନା ଯୁଦ୍ଧରେ ପାଲଟିଛନ୍ତି ପ୍ରକୃତ ଯୋଦ୍ଧା

ପୁରୀ: କରୋନା ଲକ୍ ଡାଉନ୍ ସମୟରେ ପ୍ରକୃତ ଯୋଦ୍ଧା ପାଲଟିଛନ୍ତି ସଫେଇ କର୍ମଚାରୀ । ପୁରୀ ପୌର ସଂସ୍ଥାରେ ଅଳ୍ପ କିଛି ପାରିଶ୍ରମିକରେ କାର୍ଯ୍ଯରତ କର୍ମଚାରୀମାନେ ଦିନ ରାତି ସଫେଇ କାର୍ଯ୍ଯରେ ଲାଗିଥାନ୍ତି । ସମସ୍ତେ ଘରେ ଲକ୍ ଡାଉନ୍ ରେ ସୁରକ୍ଷିତ ଥିବା ସମୟରେ ଏମାନେ କିନ୍ତୁ ଆଗକୁ ଆସିଛନ୍ତି ଜନସାଧାରଣଙ୍କ ପାଇଁ ।

sanitiserଯେଉଁଥିପାଇଁ ଆଜି ସେମାନଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସହରରେ କାର୍ଯ୍ଯରତ ଦୁଇ ଶହରୁ ଅଧିକ ସଫେଇ କର୍ମଚାରୀଙ୍କୁ ମାଗଣାରେ ସାନିଟାଇଜରଳ ମାସ୍କ,ଗାମୁଛା ଓ ଅନ୍ଯାନ୍ଯ ଆବଶ୍ଯକୀୟ ସାମଗ୍ରୀ ପ୍ରଦାନ କରାଯାଇଛି । ଏଥିରେ ଜଗନ୍ନାଥ ସେନା, ପୁରୀ ଡ୍ରଗ୍ ଆସୋସିଏନ୍ ସମେତ ନାଗରିକ ମଞ୍ଚର ପ୍ରତିନିଧିମାନେ ସାମିଲ୍ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.