କାମ କରୁନି ପିଏମ୍ କେୟାର ଫଣ୍ଡରୁ ମିଳିଥିବା ଭେଣ୍ଟିଲେଟର, ଘଣ୍ଟେ ପରେ ହୋଇଯାଉଛି ବନ୍ଦ

କାମ କରୁନି ପିଏମ୍ କେୟାର ଫଣ୍ଡରୁ ମିଳିଥିବା ଭେଣ୍ଟିଲେଟର। ଏଭଳି ସୂଚନା ଦେଇଛନ୍ତି ଫରିଦକୋଟର ବାବା ଫରିଦ୍ ୟୁନିଭରସିଟି ଅଫ ହେଲଥ ସାଇନ୍ସର କୁଳପତି। ସେ କହିଛନ୍ତି, ଆମକୁ ପିଏମ୍ କେୟାର ଫଣ୍ଡରୁ ୮୨ଟି ଭେଣ୍ଟିଲେଟର ଦିଆଯାଇଥିବା ବେଳେ ସେଥିରୁ ୬୨ଟି ଆସିବା ବେଳୁ ଖରାପ ଥିଲା। ଏବେ ଆମ ପାଖରେ ମାତ୍ର ୪୨ଟି କାର୍ଯ୍ୟକ୍ଷମ ଭେଣ୍ଟିଲେଟର ରହିଛି।

କୋଟକାପୁରର ଆମ୍ ଆଦମୀ ପାର୍ଟିର ବିଧାୟକ କୁଲତାର ସିଂହ ସନ୍ଧବାନ୍ ଅଭିଯୋଗ କରିଛନ୍ତି ଯେ, ପିଏମ୍ କେୟାର ଫଣ୍ଡ ତରଫରୁ ଦିଆଯାଇଥିବା ଭେଣ୍ଟିଲେଟର ସବୁ ଖରାପ। ସେହିପରି ମେଡିକାଲ କଲେଜର ଡାକ୍ତର କହିଛନ୍ତି ଯେ, ଏହି ଭେଣ୍ଟିଲେଟରର ଗୁଣବତ୍ତା ଖରାପ ଓ ବ୍ୟବହାର କରିବା ବେଳେ ଘଣ୍ଟେ ଦୁଇ ଘଣ୍ଟା ମଧ୍ୟରେ ଖରାପ ହୋଇଯାଉଛି।

ଏହି ମେସିନ ଉପରେ ଭରସା କରି କାମ କଲେ ଅକାଳରେ ରୋଗୀମାନେ ପ୍ରାଣ ହରାଇବେ। ଏଣୁ ଆମେ ଏହାକୁ ବ୍ୟବହାର ନ କରି ଯେମିତି ଆସିଥିଲା ସେମିତି ରଖି ଦେଇଛୁ। ତେବେ ଏହି ସୂଚନା ପାଇବା ପରେ ଆଜି ଏକ ଟିମ୍ ପହଞ୍ଚି ଭେଣ୍ଟିଲେଟର ଠିକ କରିବା କାମରେ ଲାଗିପଡ଼ିଥିବା ଜଣାଯାଇଛି।

Leave A Reply

Your email address will not be published.