ଶବଗୃହରେ ନିଜ ଝିଅର ଶବ ରଖି ଖେଳନା ବିକ୍ରି କରିବା ପାଇଁ ଚାଲିଗଲେ ମା, ଜାଣନ୍ତୁ ଏହି ହୃଦୟ ବିଦାରକ ଘଟଣା ପଛର ରହସ୍ୟ

ରାଜସ୍ଥାନ ସ୍ଥିତ ପାଲି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଝିଅର ମୃତ୍ୟୁ ପରେ ତାର ମା ତାକୁ ଶବଗୃହରେ ରଖି ମେଳାରେ ଖେଳନା ଦୋକାନ ଲଗାଇ ଖେଳନା ବିକ୍ରି କରୁଛନ୍ତି । ଆଉ ତା ପରଦିନ ସକାଳୁ ଯାଇ ଝିଅର ଅନ୍ତିମ ସଂସ୍କାର କରୁଛନ୍ତି । ମିଳିଥିବା ଖବର ମୁତାବକ ପିଙ୍କି ନାମକ ତାଙ୍କ ଝିଅର ମୃତ୍ୟୁ ସାଇନ୍ସ ପାର୍କରେ ଦୋଳି ଖେଳୁଥିବା ସମୟରେ ପଡିଯାଇଥିବାରୁ ହୋଇଥିଲା ।

ଡାକ୍ତରଙ୍କ କହିବା ମୁତାବକ ପଡ଼ିଯାଇଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଝିଅର ମୃତ୍ୟୁ ଖବର ଶୁଣି ମହିଳା ଜଣକ ଅଚେତ ହୋଇଯାଇଥିଲେ କିନ୍ତୁ ଦାରିଦ୍ର୍ୟ ଓ କରଜର ବୋଝ ତଳେ ଚାପି ହୋଇ ରହିଥିବା ସୁଗନା ନିଜ ପରିବାର ଚଳାଇବା ପାଇଁ ଝିଅର ଶବକୁ ଶବଗୃହରେ ରଖି ମେଳାରେ ଖେଳନା ଦୋକାନ ଲଗାଇବା ପାଇଁ ଚାଲିଯାଇଥିଲେ ।

Image result for fair

 

ସୂଚନା ଅନୁଯାୟୀ ସୁଗନା ଏହି ମେଳାରେ ଦୋକାନ ଲଗାଇବା ପାଇଁ ୩୫,୦୦୦ ଟଙ୍କା ଉଦ୍ଧାର ଆଣି ଖେଳନା କିଣିଥିଲେ । ରାତି ପ୍ରାୟ 12ଟା ପର୍ଯ୍ୟନ୍ତ ବସି ସେ ମେଳାରେ ଖେଳନା ବିକ୍ରି କରିଥିଲେ । ଆଉ ତାପରଦିନ ସକାଳୁ ଯାଇ ସେ ଝିଅର ଅନ୍ତିମ ସଂସ୍କାର କରାଇଥିଲେ । ସୂଚନା ଅନୁଯାୟୀ ସୁଗନାଙ୍କ ସ୍ୱାମୀ ମଧ୍ୟ ଏକ ଗମ୍ଭୀର ରୋଗରେ ପୀଡିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.