ମା’ ସାଜିଲା ଡାହାଣୀ: ନବଜାତ ଝିଅକୁ ଜୀଅନ୍ତା ମାରିବାକୁ ଉଦ୍ୟମ ବେଳେ ବଞ୍ଚାଇଲେ ପଡ଼ୋଶୀ

ଦୁନିଆରେ ବୋଧେ ଏମିତି କୌଣସି ମା’ ନାହିଁ ଯିଏ ନିଜ ପିଲାଙ୍କୁ ସ୍ନେହ କରୁନଥିବ କି ଭଲ ପାଉନଥିବ। ପିଲା ଉପରକୁ ବିପଦ ଆସିଲେ ମା’ ତା ସାମ୍ନାରେ ପାଚେରି ହୋଇ ଠିଆ ହୁଏ। ଛୁଆର ସବୁଠୁ ବଡ଼ ସାହସ ହୋଇଥାଏ ମା’। କିନ୍ତୁ ବିହାରର ଲଖୀସରାୟ ଅଞ୍ଚଳରେ ଜଣେ ମା’ ନିଜ ଜନ୍ମ କଲା ପିଲାକୁ ମାରିବାକୁ ଚେଷ୍ଟା କରିଛି। କିନ୍ତୁ ସୌଭାଗ୍ୟବଶତଃ ପଡ଼ୋଶୀମାନେ ପିଲାଟିର ଜୀବନ ବଞ୍ଚାଇଛନ୍ତି।

ରିପୋର୍ଟ ମୁତାବକ, ଲଖୀସରାୟ କବୈୟା ଥାନା ଅଧୀନସ୍ଥ ପଞ୍ଜାବୀ ମୋହଲ୍ଲାର ବାସିନ୍ଦା ଅଶୋକ ଯାଦବଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ ଓରଫ୍‌ ଋଚା ଦେବୀ ୧୦ ଦିନ ତଳେ ଏକ ଝିଅ ଜନ୍ମ ଦେଇଥିଲେ। ଶନିବାର ସନ୍ଧ୍ୟାରେ ସେ ଝିଅକୁ ଏକ କମ୍ବଳରେ ଘୋଡ଼ାଇ କାନ୍ଥରେ ପ୍ଲାଷ୍ଟର କରୁଥିଲେ। ଏହି ସମୟରେ ପଡ଼ୋଶୀ ମହିଳାଙ୍କ ଦୃଷ୍ଟି ଲକ୍ଷ୍ମୀଙ୍କ ଉପରେ ପଡ଼ିଥିଲା। ସେମାନେ ଲକ୍ଷ୍ମୀ ଦେବୀଙ୍କ ଘରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲେ ଓ ପୋଲିସକୁ ଏନେଇ ଖବର ଦେଇଥିଲେ।

ପରେ ପୋଲିସ ପହଞ୍ଚି ଶିଶୁକୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ଅନ୍ୟପଟେ ପୋଲିସକୁ ମହିଳା କହିଛନ୍ତି, ସେ ଛୁଆକୁ ମାରୁନଥିଲେ। ପୋଲିସ କହିଛି ଯେ ମହିଳା ନବଜାତକକୁ ଅଳିଆ ଡବାରେ ପୂରାଉଥିଲେ। ତେବେ ପୋଲିସ ଏବେ ମାମଲାର ତଦନ୍ତ କରୁଛି। ଖୁବ୍‌ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.