ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶ ପରେ ଟ୍ୱିଟର ଇଣ୍ଡିଆରେ ନିଯୁକ୍ତ ହେଲେ ନୂଆ Grievance officer

ଦିଲ୍ଲୀ ହାଇକୋର୍ଟରୁ ଟ୍ୱିଟର ପାଇଁ ଆସିଛି ଏକ ବଡ଼ ଖବର । କିଛିଦିନ ପୂର୍ବରୁ ଭାରତ ସରକାର ଏବଂ ଟ୍ୱିଟର ମଧ୍ୟରେ ବଚସା ହେଉଥିବା ବେଳେ ଶେଷରେ ଟ୍ୱିଟର ଇଣ୍ଡିଆ ଭାରତରେ ଅଭିଯୋଗ ଅଧିକାରୀ ବା Grievance officerଙ୍କୁ ନିଯୁକ୍ତି କରିଛି । ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ବିନୟ ପ୍ରକାଶ ଏବେ ଟ୍ୱିଟର ଇଣ୍ଡିଆର ନୂଆ Grievance officer ରୂପେ କାର୍ଯ୍ୟଭାର ସମ୍ଭାଳିବେ ।

ଗତ ୮ ଜୁଲାଇରେ ଦିଲ୍ଲୀ ହାଇକୋର୍ଟ ଟ୍ୱିଟରକୁ ଚେତାବନୀ ଦେଇଥିଲା । ଯଦି ଟ୍ୱିଟର ଭାରତର ନୂଆ ଆଇଟି ନିୟମକୁ ଲାଗୁ ନ କରିବ ତେବେ କମ୍ପାନୀକୁ ଆଇନତଃ କୌଣସି ପ୍ରକାର ସୁରକ୍ଷା ମିଳିବ ନାହିଁ । ଏହାପୂର୍ବରୁ ଭାରତ ସରକାର ଏବଂ ଟ୍ୱିଟର ମଧ୍ୟରେ ଅନେକ ସମସ୍ୟା ଉପୁଜିଥିଲା । ଭାରତର ଆଇଟି ନିୟମ ୨୦୨୧ ଅନୁଚ୍ଛେଦ ୪(ଘ) ଅନୁଯାୟୀ ଏବେ କମ୍ପାନୀ ପ୍ରତିମାସରେ ଭାରତୀୟ ୟୁଜର୍ସଙ୍କ ଅଭିଯାଗର ସମାଧାନ ନିମିତ୍ତ ଏକ ରିପୋର୍ଟ ଦାଖଲ କରିବ ।

ଏହାସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଥିବା ଅନୈତିକ ଏବଂ ମିଛ ଖବରକୁ ରୋକାଯିବା ସହ ୟୁଆରଏଲ କୋଡ ମଧ୍ୟ କହିବାକୁ ହେବ ।ତେବେ ଏସବୁ ନେଇ କମ୍ପାନୀ ପକ୍ଷରୁ ଭାରତୀୟ ନିବାସୀ ବିନୟ ପ୍ରକାଶଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାକୁ କରିବା ପାଇଁ କମ୍ପାନୀ ପକ୍ଷରୁ ୮ ସପ୍ତାହର ସମୟ ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.