Below header

ଲୋକ ଥରେ ନିୟମ ମାନିବା ଆରମ୍ଭ କଲେ ଆଉ ଜରିମାନା କରିବା ଆବଶ୍ୟକ ପଡ଼ିବ ନାହିଁ: ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

କଡ଼ା ଟ୍ରାଫିକ୍‌ ନିୟମ ଆରୋହୀଙ୍କୁ ନୟାନ୍ତ କଲାଣି। ଜରିମାନା ପରିମାଣକୁ ନେଇ ମଧ୍ୟ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ତେବେ ଜରିମାନା ଆଦାୟ ଉଦ୍ଦେଶ୍ୟରେ ମୋଟର ଭେହିକିଲ ଆଇନ୍‌ରେ ସଂଶୋଧନ କରାଯାଇ ନାହିଁ। ଲୋକେ ଆଇନ ଉଲଂଘନ ନକରନ୍ତୁ, ଏଥିପାଇଁ ଆଇନ୍‌ରେ ସଂଶୋଧନ କରାଯାଇଛି ବୋଲି କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଲୋକଙ୍କ ଭିତରେ ଭୁଲ ଧାରଣା ରହିଛି। ଟ୍ରାଫିକ୍‌ ନିୟମ ମାନି ଗାଡ଼ି ଚଳାଇଲେ ଆଦୌ ଜରିମାନା ଦେବାକୁ ପଡ଼ିବ ନାହିଁ। ଲୋକ ଥରେ ନିୟମ ମାନିବା ଆରମ୍ଭ କଲେ ଆଉ ଜରିମାନା କରିବା ଆବଶ୍ୟକ ପଡ଼ିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.