ପ୍ରାଇଭେର୍ଟ ପାର୍ଟରେ ଛୁଞ୍ଚି ପଶିଯିବାରୁ ଛଟପଟ ହେଉଥିଲା ବାଳକ, ଏମିତି ବାହାର କଲେ ଡାକ୍ତର

ଏକ ୧୦ ବର୍ଷର ବାଳକର ପ୍ରାଇଭେର୍ଟ ପାର୍ଟରେ ଛୁଞ୍ଚି ଫସିଥିବା ଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଇରାନ୍‌ରୁ। ପିଲାଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତା’ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜନନାଙ୍ଗରେ ଛୁଞ୍ଚିଟି ଏଭଳି ଭାବେ ଫସି ରହିଥିଲା ଯେ ତାହାକୁ ବାହାର କରିବା ବି ମୁସ୍କିଲ ଥିଲା। କିନ୍ତୁ ୩ ଘଣ୍ଟାର ଅପରେସନ୍‌ ପରେ ଡାକ୍ତର ଛୁଞ୍ଚିଟିକୁ ବାହାର କରିବାରେ ସଫଳ ହୋଇଛନ୍ତି।

ଡାକ୍ତରଙ୍କ କହିବାନୁସାରେ, ଛୁଞ୍ଚିଟି ପ୍ରାଇଭେର୍ଟ ପାର୍ଟ ଭିତରେ କେମିତି ପଶିଲା ତାହା ଏବେ ଯାଏଁ ଜଣାପଡ଼ିନାହିଁ। କିନ୍ତୁ ପିଲାଟିର ଦୁଷ୍ଟାମୀ ଯୋଗୁ ଛୁଞ୍ଚି ପଶିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଛୁଞ୍ଚିଟିର ଆକାର ୯ ସେଣ୍ଟିମିଟର ଥିଲା ଓ ତାହା ୟୁରିନ୍‌- ସିମେନ୍‌ର ବାଟରେ ଫସିଥିଲା। ଏଭଳି ଘଟଣା ଦୁର୍ଲ୍ଲଭ ବୋଲି ଡାକ୍ତର କହିଛନ୍ତି। ତେବେ ପ୍ରଥମ ଥର ପାଇଁ ଏଭଳି କେସ୍‌ରେ ସେମାନଙ୍କୁ ସଫଳତା ମିଳିଛି ବୋଲି ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ପ୍ରାଇଭେର୍ଟ ପାର୍ଟକୁ କାଟି ଛୁଞ୍ଚି ବାହାର କରିବା ଅସମ୍ଭବ ଥିବାରୁ ଡାକ୍ତରମାନେ ଛୁଞ୍ଚିର ମୁନିଆ ପଟକୁ ଉପରକୁ ଠେଲି ତାହାକୁ ବାହାର କରିଥିଲେ। ତେବେ ଏହି ଅପରେସନ୍‌ ପରେ ପିଲାଟିର ପ୍ରାଇଭେର୍ଟ ପାର୍ଟରେ କୌଣସି ବଡ଼ କ୍ଷତ ହୋଇନାହିଁ। ସେ ସପ୍ତାହେ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଡାକ୍ତରୀ ଟିମ୍‌ କହିଛି।

You might also like