ଅନ୍ତଃବସ୍ତ୍ର ପିନ୍ଧିଥିବା ନିଟ୍ ଆଶାୟୀଙ୍କୁ ପ୍ରବେଶ ପାଇଁ ମିଳିନଥିଲା ଅନୁମତି, ଟ୍ଵିଟ୍‌ ପରେ ବିବାଦ ଆରମ୍ଭ

ନିଟ୍‌ ୟୁଜି ୨୦୨୩ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷାରେ ଅନ୍ତଃବସ୍ତ୍ର ପିନ୍ଧିଥିବା ନିଟ୍ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ଆଉ ଏହି ଘଟଣାକୁ ନେଇ ଜଣେ ସାମ୍ବାଦିକ ଟ୍ଵିଟ୍‌ କରିବା ପରେ ବିବାଦ ସୃଷ୍ଟି ହୋଇଛି ।

ନିଟ୍‌ ୟୁଜି ୨୦୨୩ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା ଦେବାକୁ ଯାଇ କିଛି ଛାତ୍ରଛାତ୍ରୀ ଖୁସି ରହିଥିବା ବେଳେ ଆଉ କେଉଁଠି କିଛି ଛାତ୍ରୀ ମନ ଦୁଃଖ ରହିଥିଲା । ଚେନ୍ନାଇର ଗୋଟିଏ ପରୀକ୍ଷା ହଲରେ ବ୍ରା ବା ଅନ୍ତଃବସ୍ତ୍ର ପିନ୍ଧିଥିବା ନିଟ୍ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା। ସେମାନଙ୍କୁ ପରୀକ୍ଷା ହଲରେ ବଳପୂର୍ବକ ବ୍ରା ଖୋଲି ଲେଖିବାକୁ ବାଧ୍ୟ କରାଯାଇଥିଲା । ପରୀକ୍ଷା କେନ୍ଦ୍ରକୁ ଯାଇଥିବା ଜଣେ ମହିଳା ସାମ୍ବାଦିକ ଘଟଣା ସମ୍ପର୍କରେ ସମସ୍ତଙ୍କୁ ଟ୍ୱିଟ କରି ଅବଗତ କରାଇଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି।

ସାମ୍ବାଦିକ ଜଣଙ୍କ କହିଛନ୍ତି ଯେ, ରବିବାର ଚେନ୍ନାଇର ଗୋଟିଏ କେନ୍ଦ୍ରରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେ ସେଠାକୁ ଯାଇଥିବା ବେଳେ ଜଣେ ଛାତ୍ରୀ ଗୋଟିଏ ମୁହଁ ପୋତି ବସିବା ସହ ବହି ଧରିଥିଲେ। ଏହା ଦେଖି ମହିଳା ସାମ୍ବାଦିକ ଜଣଙ୍କ ତାଙ୍କ ପାଖକୁ ଯାଇ କ’ଣ ହୋଇଛି ବୋଲି ପଚାରିଥିଲେ।

ଛାତ୍ରୀ ଜଣଙ୍କ କହିଥିଲେ ଯେ, ପରୀକ୍ଷାରେ ବସିବା ବେଳେ ତାଙ୍କୁ ବ୍ରା ନ ପନ୍ଧିବାକୁ କୁହାଯାଇଥିଲା। ଏହା ଶୁଣି ସାମ୍ବାଦିକ ଜଣଙ୍କ ତାଙ୍କୁ ନିଜ ଷ୍ଟଲ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣଙ୍କ ଏହାକୁ ମନା କରିବା ସହ ତାଙ୍କୁ ନେବା ପାଇଁ ତାଙ୍କ ଭାଇ ଆସୁଥିବା କହିଥିଲେ।
ତେବେ ସାମ୍ବାଦିକଙ୍କ ଏପରି ଟ୍ୱିଟକୁ କିଛି ଲୋକ ବିରୋଧ କରିବା ସହ ଏହାକୁ ଡିଲିଟ କରିବାକୁ କହିଛନ୍ତି। ଏହାପରେ ମହିଳା ସାମ୍ବାଦିକ ଜଣଙ୍କ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପରୀକ୍ଷା ଦେବାକୁ ଆସିଥିବା ଅଧାରୁ ଅଧିକ ଛାତ୍ରୀ ବ୍ରା ପିନ୍ଧି ନଥିଲେ। ସେମାନଙ୍କୁ ପରୀକ୍ଷା ଦେବା ପାଇଁ ବ୍ରା ଖୋଲିବାକୁ କୁହାଯାଇଥିଲା। ଯେଉଁମାନେ ମୋତେ ଅଶ୍ଳୀଳ ପ୍ରଶ୍ନ କରୁଛନ୍ତି, ସେମାନେ ପ୍ରଥମେ ପରୀକ୍ଷା ବେଳେ ବ୍ରା ପିନ୍ଧିବାର ଅନୁମତି ଥିଲା କି ନାହିଁ ସେକଥା ବୋର୍ଡକୁ ପଚାରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଘଟଣା ସମ୍ପର୍କରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନବିଲ ମହେଶ କହିଛନ୍ତି ଯେ, ଏପରି କାର୍ଯ୍ୟକଳାପକୁ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିନ୍ଦା କରି ସାରିଛନ୍ତି। ନିଟ୍ ବେଳେ ପରୀକ୍ଷା ପର୍ଯ୍ୟବେକ୍ଷକ ଯେଉଁ ଭଳି ଭାବେ ଛାତ୍ରୀମାନଙ୍କ ହେୟାର ପିନ୍ ଓ ଡ୍ରେସ ଖୋଲି ଚେକିଂ କରୁଛନ୍ତି, ତାକୁ ମହେଶ ମଧ୍ୟ ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁରେ ନିଟ୍‌ ପାଇଁ ୧.୫ ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପାଇଁ ରେଜିଷ୍ଟ୍ରେସନ କରିଥିଲେ ।  କେରଳର କନ୍ନୁରରେ ନିଟ୍‌ ପରୀକ୍ଷା ସମୟରେ ୧୭ ବର୍ଷୀୟ ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରି ୪ ଜଣ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି । ଗତବର୍ଷ ମଧ୍ୟ ନିଟ୍‌ ପରୀକ୍ଷା ବେଳେ ଅନ୍ତଃବସ୍ତ୍ର କାଢିବା ନେଇ ବିବାଦ ଦେଖାଦେଇଥିଲା । ଯାହାର ଯାଞ୍ଚ ହେବା ପରେ ଅନେକ ଶିକ୍ଷଙ୍କୁ ନିଲମ୍ବିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.