ଭାରତର ସୀମାନ୍ତ ଗାଁଗୁଡ଼ିକରେ ନେପାଳ ଏଫ୍‌ଏମ୍‌ ରେଡିଓରୁ ଶୁଭୁଛି ଭାରତ ବିରୋଧୀ ସଙ୍ଗୀତ

ସୀମା ବିବାଦକୁ ନେଇ ଭାରତ-ନେପାଳ ସୀମାରେ କିଛି ଦିନ ଧରି ଉତ୍ତେଜନା ଦେଖାଦେଇଛି । ସୀମାନ୍ତ ଉତ୍ତରାଖଣ୍ଡର ପିଥୋରାଗଡ଼ ଗାଁ ନିକଟରେ ଥିବା କେତକ ନେପାଳୀ ଏଫ୍‌ଏମ୍‌ ରେଡ଼ିଓ ଷ୍ଟେସନ ଭାରତ ବିରୋଧୀ ଗୀତ ବଜାଉଥିବା ଜଣାଯାଇଛି ।

ଏଥି ସହ ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରା ଅଞ୍ଚଳର ପାଣିପାଗ ବିବରଣୀ ମଧ୍ୟ ନେପାଳ ଦେଉଛି । କିଛି ଦିନ ତଳେ ନେପାଳ ତା’ର ରାଜନୈତିକ ମାନଚିତ୍ର ସଂଶୋଧନ କରି ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ନିଜର ବୋଲି ଦର୍ଶାଇଛି।

nepal-0

ଏହି ଏଫ୍ଏମ୍ ରେଡିଓ କେନ୍ଦ୍ରଗୁଡ଼ିକ ନେପାଳର ଦାର୍ଚୂଳା ଜିଲ୍ଲାରେ ରହିଛି । ଏହା ଭାରତ ପଟର ପିଥୋରାଗଡ଼ର ଧାଚୂଳା, ବାଲୁଆକୋଟ, ଜୌଲଜୀବୀ ଏବଂ କଳିକା ସହରର ସୀମାନ୍ତ ଅଞ୍ଚଳକୁ ଶୁଭେ ବୋଲି ସ୍ଥାନୀୟ ଅଧିବାସୀମାନେ କହିଛନ୍ତି।

ଏହି ତିନୋଟି ଅଞ୍ଚଳର ନେପାଳର ବୋଲି ନେପାଳୀ ଏଫ୍ ଏମ୍ ଚାନେଲ୍ ସବୁ ଗୀତ ମଝିରେ ମଝିରେ ପ୍ରଚାର କରିବା ସହ ନେପାଳୀ ରାଜନେତାମାନଙ୍କର ଭାଷଣ ମଧ୍ୟ ଶୁଣିବାକୁ ମିଳୁଛି । ଭାରତ ବିରୋଧୀ ଗୀତ ମଧ୍ୟରୁ ଗୋଟିଏ ହେଉଛି- ହମାରି ହୋ ତୋ କଲାପାନି, ଲିପୁଲେଖ, ଲିମ୍ପିୟାଧୁରା. ଉଠ, ଜାଗ, ବୀର ନେପାଳୀ ।

nepal-1

ଏହି ଗୀତଟିକୁ ବାରମ୍ବାର ପ୍ରସାରଣ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଉଭୟ ପାର୍ଶ୍ବର ଜନତାଙ୍କ ସମ୍ପର୍କରେ ବିଭେଦର ବୀଜ ବପନ କରିବା ନିମନ୍ତେ ନେପାଳୀ ନେତା ଭାରତ ବିରୋଧୀ ଭାଷଣ ମଧ୍ୟ ପ୍ରସାରଣ କରୁଛନ୍ତି ।
ତେବେ ଏ ସଂକ୍ରାନ୍ତରେ ସେମାନେ ଏଯାବତ୍ କୌଣସି ସୂଚନା ପାଇ ନ ଥିବା କଥା ସ୍ଥାନୀୟ ଜିଲ୍ଲା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.