ମୁଁ ଟ୍ରାନ୍ସଜେଣ୍ଡର ହେବା କଣ ମୋର ଭୁଲ, ଜନ୍ମ ହେଉ ହେଉ ମୋତେ ପାଣିରେ ଭସେଇ ଦେଲ

ପୁଣି ଥରେ ଦେଖିବାକୁ ମିଳିଲା ଦ୍ୱାପର ଯୁଗର ଦୃଶ୍ୟ । ସେ ସମୟରେ ଯେମିତି କୁନ୍ତୀ ନିଜ ଦୋଷକୁ ଦୁନିଆ ସାମ୍ନାରୁ ଲୁଚାଇବା ପାଇଁ ନିଜ ନବଜାତ ଶିଶୁ ପୁତ୍ର ଟିକୁ ନଦୀରେ ବୁହାଇ ଦେଇଥିଲେ । ଆଜିବି ଘଟିଛି ସେମିତି ଏକ ଘଟଣା । କିନ୍ତୁ ଏଥରର କାରଣ କିଛି ଭିନ୍ନ । ସେବେ ସିନା ମା’ ର ଭୁଲ କାରଣରୁ ପୁଅକୁ ଦଣ୍ଡ ଭୋଗିବାକୁ ପଡିଥିଲା । କିନ୍ତୁ ଏଯୁଗରେ ପୁଅର ଦୋଷ ଲୁଚାଇବା ପାଇଁ ମା’ ନେଲା କଠୋର ନିଷ୍ପତ୍ତି | ଆଉ ତସଲାରେ ଭର୍ତ୍ତି କରି ସଦ୍ୟ ନବଜାତକ ଟିକୁ ଭସାଇ ଦେଲା ଯମୁନା ନଦୀରେ । ଯାହାକୁ ସାହା ହେଲେ କିଛି ସ୍ଥାନୀୟ ଲୋକେ । ବିଶ୍ୱାସ କରୁନାହାନ୍ତି ନା’ । ଆଜି ସକାଳେ ହିଁ ଘଟିଛି ଏମିତି ଏକ ଘଟଣା । ସକାଳ ସମୟରେ ମଥୁରାସ୍ଥିତ ବୃନ୍ଦାବନର ଯମୁନା ନଦୀରେ ଟୋକେଇରେ ଏକ ନବଜାତକ ଭାସି ଭାସି ଅସୁଥିବାର ଦୃଶ୍ୟ ଆଖପାଖର କିଛି ଲୋକ ଦେଖିବାକୁ ପାଇଲେ ।

ଆଉ ସଂଗେ ସଂଗେ ତାକୁ ପାଣିରୁ ଉଦ୍ଧାର କରିଥିଲେ । ଆଉ ଅପେକ୍ଷା ନକରି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତତ୍ତ୍ୱାବଧାନରେ ଶିଶୁଟିକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ମାନେ ତାର ଚିକିତ୍ସା କରି ତାକୁ ଅବସର୍ବବେଶନରେ ରଖିଛନ୍ତି । ଆଉ କିଛି ଦିନ ପାଇଁ ତାକୁ ଅବଜରବବେଶନ ରଖାଯିବ ବୋଲି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ଅନୁଯାୟୀ ଶିଶୁଟି ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛି । ଏମିତି ଏକ ଅମାନବୀୟ କାଣ୍ଡ ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଡାକ୍ତରଙ୍କ ଅନୁଯାୟୀ, ନବଜାତକଟିର ଅବିକଶିତ ଲିଙ୍ଗକୁ ଲୁଚାଇବା ପାଇଁ ହିଁ ତାକୁ ଯମୁନା ନଦୀରେ ଭସାଇ ଦିଆଯାଇଥିଲା । ମାନେ ଶିଶୁଟି ଏକ ଟ୍ରାନ୍ସ ଜେଣ୍ଡର | ହୁଏତ ଏହି କାରଣ ପାଇଁ ହିଁ ଘର ଲୋକେ ତାକୁ ନଦୀରେ ଭସାଇ ଦେଇପାରନ୍ତି ଚିକିତ୍ସା କରୁଥିବା ଡାକ୍ତର ମତ ଦେଇଛନ୍ତି । ଶିଶୁଟିର ଓଜନ ପାଖାପାଖି 3 କେଜି ହେବ ।

ସ୍ଥାନୀୟ ଲୋକେ ଘଟଣା ବାବଦରେ ଚାଇଲ୍ଡ ଲାଇନ ସଂସ୍ଥାକୁ ଜଣାଇ ଦେଇଛନ୍ତି । ହସ୍ପିଟାଲରୁ ବାହାରିବା ପରେ ଶିଶୁଟିକୁ ବାଳ ସମିତି ନିକଟକୁ ନିଆଯିବ ବୋଲି ଜଣାଯାଇଛି । ଯାହା ପରେ ଚାଇଲ୍ଡ ଲାଇନ ସଂସ୍ଥାକୁ ଏହି ନିଷ୍ପାପ ଶିଶୁଟିକୁ ହସ୍ତାନ୍ତର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.