ମାସ୍କ ଓ ଟିକାରୁ ମିଳିଲା ମୁକ୍ତି! ଏଠାକାର ସରକାର ଲାଗୁ କଲେ ନୂଆ ନିୟମ, କରୋନାକୁ କହିଲେ ‘ଫ୍ଲୁ’

କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍‌ ସହ ପୁଣିଥରେ ଫେରିଛି କଟକଣା। ଏବେ ଭାରତରେ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବା ସହ ସଟ୍‌ ଡାଉନ୍‌, ଲକ୍‌ ଡାଉନ୍‌ ପାଇଁ ସରକାର ଯୋଜନା କରୁଛନ୍ତି। କିନ୍ତୁ ୟୁରୋପୀୟ ଦେଶରେ ଏହାର ଓଲଟା ଦେଖିବାକୁ ମିଳିଛି। ସେଠାରେ ମାସ୍କ ଓ ଭ୍ୟାକ୍‌ସିନ୍‌ର ଅନିବାର୍ଯ୍ୟତାକୁ ନିକଟରେ ହଟାଇ ଦିଆଯାଇଛି। ସ୍ପେନ୍‌ ସରକାର କରୋନାକୁ ଏକ ସାଧାରଣ ଫ୍ଲୁ ବୋଲି ଘୋଷଣା କରିଛନ୍ତି। ଏଥିସହ ଲୋକଙ୍କୁ ଏହାକୁ ମାନିବାକୁ ଅପିଲ କରିଛନ୍ତି।

କେବଳ ମାସ୍କ ନୁହେଁ, ସ୍ପେନ୍‌ ସରକାର କରୋନା ଟିକାର ଅନିବାର୍ଯ୍ୟତାକୁ ବି ହଟାଇ ଦେଇଛନ୍ତି। ସରକାରଙ୍କ କହିବାନୁସାରେ, କରୋନାର ଓମିକ୍ରନ୍‌ ଭ୍ୟାରିଏଣ୍ଟ ମହାମାରୀକୁ ଶେଷ ଆଡ଼କୁ ନେଇଯିବ। ଏହି ପ୍ରକ୍ରିୟା ଏବେ ଆରମ୍ଭ ହୋଇଗଲାଣି। ବ୍ରିଟେନ୍‌ର ଏଜୁକେସନ୍‌ ସେକ୍ରେଟାରୀ କହିଛନ୍ତି, ଏବେ ପାଣ୍ଡାମିକ୍‌ ଏଣ୍ଡାମିକ୍‌ ଆଡ଼କୁ ଗତି କରୁଛି।

ଏକ୍ସପର୍ଟଙ୍କ ମୁତାବକ,ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ହସ୍ପିଟାଲରେ ଆଡମିଟ୍‌ ହେବା ଆଶଙ୍କା କମ୍‌ ରହିଥାଏ। ଏଥିସହ ମୃତ୍ୟୁ ହାର ବି ଧୀରେ ଧୀରେ କମୁଛି। ଏଭଳି ସ୍ଥିତିରେ ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପ୍ରେଡୋ ସାଞ୍ଚେଜ୍‌ ମହାମାରୀ କାଳରେ ଲାଗିଥିବା କଟକଣାକୁ ଉଠାଇ ସାଧାରଣ ଜନଜୀବନ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ଏବେ ଆୟର୍ଲାଣ୍ଡରେ ବି ସେଭଳି ଏକ ଅଜବ ନିୟମ ଲାଗୁ କରାଯାଇଛି। ଦେଶରେ କରୋନା ସଂକ୍ରମଣ ବଢ଼ୁଥିଲେ ବି ସରକାର ସ୍ୱେଚ୍ଛାକୃତ ଟିକାକରଣ ସିଷ୍ଟମ୍‌ ଲାଗୁ କରିବାକୁ କହିଛନ୍ତି। ସରକାର ଏବେ ଲୋକଙ୍କୁ ଟିକାକରଣ ମାମଲାରେ ଲୋକଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦେବାକୁ ଚାହିଁଛନ୍ତି। ଦେଶରେ ଏବେ କାହାକୁ ବି ଜୋର ଜବରଦସ୍ତି ଟିକା ଦିଆଯିବ ନାହିଁ, ଯିଏ ଚାହିଁବ କେବଳ ତାକୁ ହିଁ ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।