ସାହିତ୍ୟରେ ନୋବେଲ୍‌ ପୁରସ୍କାର ଘୋଷଣା, ଜନ୍‌ ଫୋସେଙ୍କୁ ମିଳିବ ଆଓ୍ଵାର୍ଡ

ସାହିତ୍ୟରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ନରୱେଜିଆନ୍‌ ଲେଖକ ଜନ୍‌ ଫୋସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ।

ସାହିତ୍ୟରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ନରୱେର ଲେଖକ ଜନ୍‌ ଫୋସେଙ୍କୁ ତାଙ୍କ ନାଟକ ଏବଂ ଗଦ୍ୟ ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ବର୍ଷ ୨୦୨୩ ପାଇଁ ସାହିତ୍ୟର ନୋବେଲ୍‌ ପୁରସ୍କାର ବିଜେତା ଜନ୍‌ ଫୋସେ ଉପନ୍ୟାସଗୁଡ଼ିକୁ ଏମିତି ଶୈଳୀରେ ଲେଖିଛନ୍ତି, ଯାହା ‘ଫୋସେ ମିନିମଲିଜମ୍‌’ ନାମରେ ଜଣାଯାଇଥାଏ। ଏହା ତାଙ୍କର ଦ୍ୱିତୀୟ ଉପନ୍ୟାସ ‘Stanged Guitar (୧୯୮୫)’ରେ ଦେଖାଯାଇ ପାରିବ। କହି ରଖୁଛୁ, ବର୍ଷ ୨୦୨୨ ପାଇଁ ସାହିତ୍ୟର ନୋବେଲ୍‌ ପୁରସ୍କାର ଫ୍ରେଞ୍ଚ୍‌ ଲେଖିକା ଏନି ଅର୍ନିଙ୍କୁ ଦିଆଯାଇଥିଲା।

ସେହିପରି ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ସମ୍ମାନ ମିଳିତ ଭାବେ ଆମେରିକାର ୩ ବୈଜ୍ଞାନିକଙ୍କୁ ମିଳିବ। ୩ ବୈଜ୍ଞାନିକ ହେଲେ, ମେସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ମୋଉଙ୍ଗୀ ବାେଓ୍ଵଣ୍ଡି, କଲମ୍ବିଆ ବିଶ୍ୱବିଦ୍ୟାଳୟର ଲୁଇସ୍‌ ବ୍ରୁସ୍‌ ଏବଂ ନାନୋକ୍ରିଷ୍ଟାଲ୍‌ ଟେକ୍ନୋଲୋଜି ଇଙ୍କ୍‌ର ଆଲୋକ୍ସି ଏକିମୋଭ। କ୍ୱାଣ୍ଟମ୍‌ ବିନ୍ଦୁର ଆବିଷ୍କାର ଏବଂ ବିଶ୍ଳେଷଣ ପାଇଁ ବୈଜ୍ଞାନିକମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ରୟାଲ୍‌ ସ୍ୱିଡିଶ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ବୁଧବାର ଏହା ଘୋଷଣା କରିଛି।

ଏଥି ପୂର୍ବରୁ ଭୌତିକ ବିଜ୍ଞାନ ଏବଂ ଚିକିତ୍ସା କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇସାରିଛି। ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍‌ କ୍ରୁଜ ଓ ଏନି ଏଲ୍‌ ହୁଇଲିୟରଙ୍କୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ। ମେଡିସିନ୍ ପାଇଁ ୨ ବୈଜ୍ଞାନିକ ପାଇବେ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.