ଚୀନୀ ରେସ୍ତୋରାଁରୁ ମଗାଇଥିଲେ ନନଭେଜ କିନ୍ତୁ ଖାଇବାରୁ ବାହାରିଲା ଏପରି କିଛି ଯାହା ଦେଖିଲେ ଆପଣ ବି କରିପାରିବେନି ବିଶ୍ୱାସ

କରୋନା ପାଇଁ ଏବେ ସାରା ବିଶ୍ଵ ଆତଙ୍କିତ । ଚୀନର ବୁହାନ ସହରରୁ ବ୍ୟାପିଥିବା କରୋନା ଆଜି ସାରା ବିଶ୍ଵକୁ ନିଜ କବଳରେ ନେଇ ସାରିଛି । କୁହାଯାଉଛି ଯେ ବାଦୁଡ଼ି ବା ଅନ୍ୟ ଯିବା ଖାଇବା ଦ୍ୱାରା ଏହି ଭାଇରସ ବ୍ୟାପିଛି । ତେବେ ଚୀନରେ ଅତ୍ୟଧିକ ନନଭେଜ ଖାଉଥିବା ଯୋଗୁଁ ଏପରି ହୋଇଥିବା କିଛି ଲୋକ କହୁଥିବା ବେଳେ ଆଉକିଛି ଲୋକ ଏବେ ବି ଏଥିରୁ ବାଦ ପଡ଼ିନାହାନ୍ତି । ଯାହା ବର୍ତ୍ତମାନ ଏକ ଦମ୍ପତ୍ତିଙ୍କ ଉପରେ ଭାରି ପଡିଯାଇଛି । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

ସୂଚନା ଅନୁଯାୟୀ ଏହି ଘଟଣାଟି ଘଟିଛି ଇଂଲଣ୍ଡରେ । ଏଠାରେ ରହୁଥିବା ଏକ ଦମ୍ପତ୍ତି ନ୍ୟୁଟାଉନ ଟେକୱେ ନାମକ ଚୀନୀ ରେସ୍ତୋରାଁରୁ କିଛି ନନଭେଜ ଅର୍ଡର କରିଥିଲେ । ତେବେ ସେମାନେ ଖାଦ୍ୟ ଖାଇବା ସମୟରେ ଏପରି କିଛି ହୋଇଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦମ୍ପତ୍ତି ଖାଦ୍ୟ ଖାଇବା ସମୟରେ ଏଥିମଧ୍ୟରୁ ଏକ ମଣିଷର ଦାନ୍ତ ବାହାରିଥିଲା ଏବଂ ଏହାର ଅଭିଯୋଗ ମଧ୍ୟ ସେମାନେ କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଅତି ଦ୍ରୁତ ଗତିରେ ଭାଇରଲ ହେବାରେ ଲାଗିଛି ।

soup1.jpg

ଏହି ଦମ୍ପତ୍ତି ଉକ୍ତ ରେସ୍ତୋରାଁରେ ଏନେଇ ଅଭିଯୋଗ କରିବା ପରେ ତାର ମାଲିକ ମାମଲାକୁ ଗମ୍ଭିରତାର ନେବାସହ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ଯାଞ୍ଚ ପରେ ସେପରି କିଛି ମାମଲା ସାମ୍ନାକୁ ଆସିନାହିଁ ଯେଉଁଥିପାଇଁ ଉକ୍ତ ରେସ୍ତୋରାଁ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.