ଗମ୍ଭୀର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି ଉତ୍ତର କୋରିଆ, କିଲୋ ପ୍ରତି ୩,୦୦୦ ଟଙ୍କାରେ ବିକ୍ରି ହେଉଛି କଦଳୀ!

ଉତ୍ତର କୋରିଆରେ ଗମ୍ଭୀର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଅବସ୍ଥା ଏମିତି ହୋଇଯାଇଛି କି, ଲକ୍ଷ ଲକ୍ଷ ଲୋକଙ୍କୁ ଗତ କିଛି ଦିନରୁ ଖାଦ୍ୟ ସୁଦ୍ଧା ମିଳିପାରି ନାହିଁ। ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନ ପ୍ରଥମ ଥର ଔପଚାରିକ ରୂପେ ଏହାକୁ ସ୍ୱୀକାର କରିଛନ୍ତି କି, ତାଙ୍କ ଦେଶ ଗମ୍ଭୀର ଖାଦ୍ୟ ଅଭାବଜନିତ ସମସ୍ୟା ଦେଇ ଗତି କରୁଛି।

ସେପଟେ ମିଡିଆ ରିପୋର୍ଟ ମୁତାବକ, ଦେଶରେ ଏମିତି ଅଭାବ ପରିସ୍ଥିତି ଯୋଗୁ ଖାଦ୍ୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଯାଇଛି। କଦଳୀ ପ୍ରତି କିଲୋ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ଲୋକମାନଙ୍କର ଖାଦ୍ୟ ସ୍ଥିତି ବର୍ତ୍ତମାନ ଚିନ୍ତାପୂର୍ଣ୍ଣ ହେବାରେ ଲାଗିଛି।

ସୂଚନା ମୁତାବକ, ଉତ୍ତର କୋରିଆରେ ଖାଦ୍ୟ ଅଭାବଜନିତ ସଙ୍କଟ କରୋନା ଭାଇରସ ମହାମାରୀ ଯୋଗୁ ଉତ୍ପନ୍ନ ହୋଇଛି। କାହିଁକି ନା, କିମ ଜୋଙ୍ଗ ଉନ ପଡ଼ୋଶୀ ଦେଶଗୁଡ଼ିକ ସହିତ ନିଜ ଦେଶର ସୀମାକୁ ବନ୍ଦ କରି ଦେଇଥିଲେ, ଯେଉଁ କାରଣରୁ ଚୀନ ସହିତ ବାଣିଜ୍ୟ କମ ହୋଇଗଲା।

ଉତ୍ତର କୋରିଆ ଖାଦ୍ୟ ସାମଗ୍ରୀ, ସାର, ଖତ ଓ ଇନ୍ଧନ ପାଇଁ ଚୀନ ଉପରେ ନିର୍ଭର ରହିଥାଏ। ଦକ୍ଷିଣ କୋରିଆର ଏକ ସରକାରୀ ଥିଙ୍କ ଟ୍ୟାଙ୍କ କୋରିୟନ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ ଗତ ମାସରେ କହିଥିଲା କି, ଉତ୍ତର କୋରିଆକୁ ଚଳିତ ବର୍ଷ ପାଖାପାଖି ୧୦ ଲକ୍ଷ ଟନ ଖାଦ୍ୟଶସ୍ୟ ଅଭାବର ସାମ୍ନା କରିବାକୁ ପଡ଼ିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.