ଦିଲ୍ଲୀରେ ନିୟମ କୋହଳ; ଏଥର ଦୁର୍ଗାପୂଜା ଓ ରାମଲୀଳାରେ ରାତି ୧୨ଟା ପର୍ଯ୍ୟନ୍ତ ବାଜିପାରିବ ଲାଉଡ୍‌ସ୍ପିକର

ଦିଲ୍ଲୀ ସରକାର ଦୁର୍ଗାପୂଜା ଏବଂ ରାମଲୀଳା ସମାରୋହ ସମୟରେ ରାତି ୧୨ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଏ ପର୍ଯ୍ୟନ୍ତ ରାଜଧାନୀରେ ରାତି ୧୦ଟା ପର୍ଯ୍ୟନ୍ତ ହିଁ ଲାଉଡ୍‌ସ୍ପିକର ବଜାଇବାକୁ ଅନୁମତି ମିଳିଥିଲା।

ଦିଲ୍ଲୀ ସରକାର ଦୁର୍ଗାପୂଜା ଏବଂ ରାମଲୀଳା ସମାରୋହ ସମୟରେ ରାତି ୧୨ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଏ ପର୍ଯ୍ୟନ୍ତ ରାଜଧାନୀରେ ରାତି ୧୦ଟା ପର୍ଯ୍ୟନ୍ତ ହିଁ ଲାଉଡ୍‌ସ୍ପିକର ବଜାଇବାକୁ ଅନୁମତି ମିଳିଥିଲା। ଏହି ନିୟମ କୋହଳ ସମ୍ପର୍କିତ ଫାଇଲ୍‌ ଏଲ୍‌ଜି ଭିକେ ସକ୍ସେନାଙ୍କୁ ପଠାଇ ଦିଆଯାଇଛି। ସିଏମ୍‌ଓ ଦିଲ୍ଲୀ ତରଫରୁ ଏ ନେଇ ସୂଚନା ଦିଆଯାଇଛି।

ଦିଲ୍ଲୀର କିଛି ଅଞ୍ଚଳରେ ଲୋକେ ଏବେ ରାତି ୧୨ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ବଜାଇ ପାରିବେ। କହି ରଖୁଛୁ, ଦିଲ୍ଲୀର ଲବକୁଶ ରାମଲୀଳା କମିଟି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟି ନିୟମ କୋହଳ କରିବାକୁ ଦାବି କରିଥିଲା।

ଏହି କମିଟି ଦ୍ୱାରା ମଞ୍ଚସ୍ଥ ରାମଲୀଳା ସାରା ବିଶ୍ୱରେ ଖ୍ୟାତ। କମିଟିର ସଦସ୍ୟମାନେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସେମାନେ କହିଥିଲେ ଯେ ନିୟମ ଯୋଗୁ ଦିଲ୍ଲୀରେ ରାମଲୀଳା ରାତି ୧୦ଟା ପର୍ଯ୍ୟନ୍ତ ମଞ୍ଚସ୍ଥ ହୋଇପାରୁଛି। ଏଥିରେ ସାମାନ୍ୟ କୋହଳ କରି ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା କରି ଦିଆଯାଉ।

You might also like