Below header

ବାହାନଗା ଟ୍ରେନ ଟ୍ରାଜେଡି : ସ୍ଥିତିର ସମୀକ୍ଷା କରିବା ପାଇଁ ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଅଧ୍ୟକ୍ଷତାରେ ସ୍ଥିତିର ସମୀକ୍ଷା କରାଯିବ ।

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ଅଧ୍ୟକ୍ଷତାରେ ସ୍ଥିତିର ସମୀକ୍ଷା କରାଯିବ । କେଉଁ ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ କାର୍ଯ୍ୟକାରୀ ହେଲାଣି ସେଥିପାଇଁ ବୈଠକ ଡକାଇଛନ୍ତି ।

ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୩୮ ପହଞ୍ଚିଥିବା ବେଳେ ୯୦୦ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାରେ ସଂପୂର୍ଣ୍ଣ ଦେଶ ସ୍ତବ୍ଧ ହୋଇପଡିଛି । ଦୁର୍ଘଟଣା ସ୍ଥଳରେ ଏନଡିଆରଏଫ, ଭାରତୀୟ ସ୍ଥଳ ସେନା, ବାୟୁସେନା, ରାଜ୍ୟ ଉଦ୍ଧାର କାରୀ ଦଳ, ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ସୂଚନା ମୁତାବକ, ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଞ୍ଚୁଥିବାର ପରିଲକ୍ଷିତ ହେଉଛି। ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ହେଲେ ଏବେ ସେଠାରେ ମୃତଦେହ ଚିହ୍ନଟ କରିବା ସହଜସାଧ୍ୟ ହେଉ ନଥିବା ହେତୁ ଏହି ପ୍ରକ୍ରିୟା ବିଳମ୍ବିତ ହେବ ବୋଲି କୁହାଯାଉଛି। ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି । ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.