ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ, ସ୍ୱାଗତ ପାଇଁ ସଜେଇ ହୋଇଛି ଲୁମ୍ବିନି

ନୂଆଦିଲ୍ଲୀ: ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ। ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବାଙ୍କ ନିମନ୍ତ୍ରଣ ରକ୍ଷା କରି ନେପାଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ଓ ସାରା ବିଶ୍ୱର ବୌଦ୍ଧ ସଂମ୍ପ୍ରଦାୟର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ରଖୁଛି।

ନେପାଳ ଓ ଭାରତରେ ଭିତରେ ଥିବା ଦୃଢ ଧାର୍ମିକ ଓ କୂଟନୈତିକ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ବାର୍ତ୍ତା ଦେଉଛି ବୋଲି ନେପାଳ ପକ୍ଷରୁ କୁହାଯାଇଛି। ମୋଦିଙ୍କ ଗସ୍ତ ପାଇଁ ନେପାଳରେ ବ୍ୟାପକ ବନ୍ଦୋବସ୍ତ ହୋଇଛି।

ମୋଦିଙ୍କୁ ସ୍ୱାଗତ ପାଇଁ ସଜେଇ ହୋଇଛି ଲୁମ୍ବିନି। ମୋଦିଙ୍କର ଏହା ସର୍ଟକଟ୍‌ ନେପାଳ ଗସ୍ତ । ଲୁମ୍ବିନୀରେ ପୂର୍ବାହ୍ନ ୧୦ ଟା ୩୦ ରୁ ଅପରାହ୍‌ଣ ୩ଟା ୩୦ ପର୍ଯ୍ୟନ୍ତ ରହିବେ । ଲୁମ୍ବିନୀର ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବୁଦ୍ଧ ଜୟନ୍ତୀ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.