ଜମ୍ମୁ କାଶ୍ମୀରରେ ମୋର୍ଟାର ସେଲ ବିସ୍ଫୋରଣ, ଜଣେ ମୃତ

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ପରେ ହାଇ ଆଲର୍ଟ । ଜମ୍ମୁ କାଶ୍ମୀରର ଚାନ୍ଦିଲି ଗାଁରେ ମୋର୍ଟାର ସେଲ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ପୁଞ୍ଚ୍ ଓ ରଜୌରୀରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି ।

ଜମ୍ମୁ କାଶ୍ମୀର (କେନ୍ୟୁଜ): ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ପରେ ହାଇ ଆଲର୍ଟ । ଜମ୍ମୁ କାଶ୍ମୀରର ଚାନ୍ଦିଲି ଗାଁରେ ମୋର୍ଟାର ସେଲ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ମୋର୍ଟାର ସେଲଟି ଜଙ୍ଗଲରୁ ଠାବ ହୋଇଥିଲା । ଏନେଇ ସାମ୍ବାର ପୋଲିସର ବରିଷ୍ଠ ପୋଲିସ ଅଧୀକ୍ଷକ ବେନାମ ତୋଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି । ଆହତ ଓ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଜିଏମସି ଜମ୍ମୁ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି ।

ଏପଟେ ଦୁଇ ଦିନ ତଳେ ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ଼ ଧରଣର ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ଭାରତୀୟ ସେନାର ୪ ଯବାନ ଶହୀଦ ହୋଇଥିଲେ । ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ । ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ପୁଞ୍ଚ୍ ଓ ରଜୌରୀରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ତେବେ ମାସକ ଭିତରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ଏହା ଦ୍ବିତୀୟ ଘଟଣା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.