ଆରବ ସାଗରରେ ଜରୁରୀ ଅବତରଣ କଲା ଓଏନଜିସି ହେଲିକପ୍ଟର: ୪ ମୃତ

ନୂଆଦିଲ୍ଲୀ : ଆରବସାଗରରେ ଓଏନଜିସି ହେଲିକପ୍‌ଟର କ୍ରାସରେ ୪ ମୃତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଓଏନ୍‌ଜିସି କର୍ମଚାରୀ ଓ ଅନ୍ୟ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ । ଆରବସାଗରରେ ଓଏନଜିସି ହେଲିକପ୍‌ଟରର ଜରୁରୀ ଅବତରଣ କରିଥିଲା । ହେଲିକପ୍‌ଟରରେ ପାଇଲଟଙ୍କୁ ମିଶାଇ ଥିଲେ ୯ ଜଣ ସଦସ୍ୟ । ହେଲିକପ୍ଟରରେ ଥିବା ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲ ଅଣାଯାଇଥିଲା । ହେଲେ ମେଡିକାଲରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ଉଦ୍ଧାର କାର୍ଯ୍ୟ ୧ ଘଂଟା ମଧ୍ୟରେ କରାଯାଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ନୌସେନା ନୟୋଜିତ ହୋଇଥିଲା । ହେଲେ ଉଦ୍ଧାର ପରେ ସମସ୍ତଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.