ଅପରେସନ୍‌ କାବେରୀ: ସୁଦାନ ବନ୍ଦରରେ ପହଞ୍ଚିଲେ ୫୦୦ ଭାରତୀୟ, ବାକିମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ରହିଛି ବିମାନ, ଜାହାଜ

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର ‘ଅପରେସନ୍‌ କାବେରୀ’ ନାମରେ ଅଭିଯାନ ଆରମ୍ଭ କରିଛନ୍ତି। ସମସ୍ତ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ବିମାନ ଏବଂ ଜାହାଜ ନିୟୋଜିତ ହୋଇଥିବା ଏସ୍‌. ଜୟଶଙ୍କର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ହିଂସାଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ସରକାର ସେନା ସହ ମିଶି ଆରମ୍ଭ କରିଛନ୍ତି ‘ଅପରେସନ୍‌ କାବେରୀ’। ଏହି ଅଭିଯାନ ଅଧୀନରେ ସୁଦାନ ବନ୍ଦରରେ ପହଞ୍ଚିଛନ୍ତି ୫୦୦ ଭାରତୀୟ। ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର।

ଭାରତୀୟ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ସରକାର ‘ଅପରେସନ୍ କାବେରୀ’ ଚଳାଇଥିବା ବୈଦେଶିକ ମନ୍ତ୍ରୀ ଟ୍ଵିଟ୍‌ କରି ଜଣାଇଛନ୍ତି। ପାଖାପାଖି ୫୦୦ ଭାରତୀୟ ନାଗରିକ ସୁଦାନ ବନ୍ଦରରେ ପହଞ୍ଚିଥିବା ବେଳେ ଅନେକ ଲୋକ ରାସ୍ତାରେ ଅଛନ୍ତି।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସେନା ବିମାନ ଏବଂ ନୌସେନା ଜାହାଜ ପ୍ରସ୍ତୁତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.