ସ୍ପେସରେ ଖୋଲିବ ପେଟ୍ରୋଲ ପମ୍ପ!

ଅନ୍ତରୀକ୍ଷ ବା ସ୍ପେସରେ ଖୁବ ଶୀଘ୍ର ଖୋଲିବ ଗ୍ୟାସ ଷ୍ଟେସନ, ସାଟେଲାଇଟକୁ ରିଫ୍ୟୁଲ କରିବା ପାଇଁ ଆଉ ହେବନି ସମସ୍ୟା

ଦୁନିଆରେ ଅନେକ ସ୍ଥାନରେ ତ ପେଟ୍ରୋଲ ପମ୍ପ ତ ଅଛି। ଏମିିତି ଦେଖିଲେ ପ୍ରାୟ ୧ କିଲୋମିଟର ବ୍ୟବଧାନରେ ଆପଣ ଏହାକୁ ପାଇଯିବେ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଅନ୍ତରିକ୍ଷରେ ପେଟ୍ରୋଲ ପମ୍ପ କଥା? ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ଖୁବ ଶୀଘ୍ର ସତ ହେବାକୁ ଯାଉଛି। ମଜା ଲାଗୁ ଥିବା ଏହି ଖବର ଟି ଆଗକୁ ସତ ହେବାକୁ ଯାଉଛି। ଏହାକୁ ନେଇ ପ୍ଳାନିଂ ଚାଲିଛି।

ଭାରତ ସମେତ ଅନେକ ଦେଶରେ ଗାଡ଼ି ଅଧିକ ମାତ୍ରାରେ ଲୋକ ବ୍ୟବହାର କରୁଛନ୍ତି । ଯାହା ପାଇଁ ପେଟ୍ରୋଲର ଆବଶ୍ୟକତା ରହିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଅନ୍ତରିକ୍ଷ ବା ସ୍ପେସରେ ପେଟ୍ରୋଲ ପମ୍ପ କରିବାର କଣ ଆବଶ୍ୟକତା ପଡ଼ିଲା? ସାଧାରଣ ଭାବେ ଗାଡ଼ିରେ ପେଟ୍ରୋଲ ବା ଡିଜେଲ ପକାଇଲେ ଏହା ଚାଲିଥାଏ। ଠିକ ସେହିପରି ଅନ୍ତରୀକ୍ଷରେ ସାଟେଲାଇଟ ରହିଥାଏ ଯେଉଁଥିରେ ଫ୍ୟୁଲ ଶେଷ ହେବା ପରେ ତାହା ବେକାର ହୋଇଯାଏ। ଏଲସିବି ଏବେ ଖୁବ ଶୀଘ୍ର ସ୍ପେସରେ ଗ୍ୟାସ ଷ୍ଟେସନ ଆରମ୍ଭ କରିବ। ଯେଉଁଥିରେ ସ୍ପେସରେ ବୁଲୁଥିବା ସାଟେଲାଇଟ ସ୍କୋର ରିଫ୍ୟୁଲ କରାଯାଇପାରିବ। ଏମିତିରେ ସାଟେଲାଇଟର ଲାଇଫ ବଢ଼ିଯିବ। ଯଦି ଆପଣଙ୍କୁ ଏହି ଖବର ବିଶ୍ୱାସ ହେଉନି ତେବେ ଏହାର ସତ୍ୟତା ଆପଣ ବି ଜାଣିଯିବେ। ସ୍ପେସରେ ମଧ୍ୟ ପୃଥିବୀ ଭଳି ଥିବା ଗ୍ୟାସ ଷ୍ଟେସନ ତିଆରି ହେବ।

ଏହି କମ୍ପାନୀ କରିବ ଗ୍ୟାସ ଷ୍ଟେସନ:
ସୂଚନା ଅନୁସାରେ ଅର୍ବିଟ ଫ୍ୟାବ ନାମକ ଏକ ଆମେରିକା କମ୍ପାନୀ କିଛି ଦିନ ମଧ୍ୟରେ ଅନ୍ତରୀକ୍ଷରେ ଗ୍ୟାସ ଷ୍ଟେସନ ସ୍ଥାପିତ କରିବ। ଏହି ଗ୍ୟାସ ଷ୍ଟେସନ ସାଟେଲାଇଟ୍ସ ପାଇଁ ସ୍ୱତନ୍ତ୍ର ଉପାୟରେ ତିଆରି କରାଯିବ। ଏଥିରେ ରିଫ୍ୟୁଲିଂ ଆରାମରେ କରିହେବ। ରିପୋର୍ଟ ଅନୁସାରେ ଅଧିକାଂଶ ସମୟରେ ସାଟେଲାଇଟରେ ଏହି ସମସ୍ୟା ଦେଖାଯାଉଛି। ଇନ୍ଧନ ଶେଷ ହେବା କାରଣରୁ ଏହାକୁ ଆଉ କାମରେ ଲଗାଯାଇପାରୁନାହିଁ। ଯାହାପାଇଁ ଏହା ବେକାର ହୋଇଯାଉଛି। କିନ୍ତୁ ଏବେ ଏହା ଆଉ ହେବ ନାହିଁ।

ଆପଣଙ୍କୁ କହି ରଖୁଛୁ ଯେ ଅନ୍ତରୀକ୍ଷରେ ଦୁନିଆ ସାରା ସାଟେଲାଇଟ୍ସ ମହଜୁଦ ରହିଛି। ଯାହାର ଇନ୍ଧନ ଶେଷ ହୋଇଯାଇଛି। ଆଉ ତାହା ବେକାର ହୋଇ ପଡ଼ିଛି। ଥରେ ଗ୍ୟାସ ଷ୍ଟେସନ ହେବା ପରେ ସାଟେଲାଇଟସ୍‌ ଆରାମରେ ଫ୍ୟୁଲ ଭରି ଏହାର ଲାଇଫକୁ ବଢ଼ାଯାଇପାରିବ। ପ୍ରକୃତରେ ରିଫ୍ୟୁଲିଂ ପାଇଁ ସ୍ପେସରେ ଟ୍ୟାଙ୍କର ସାଟେଲାଇଟ୍ସ ପଠାଯିବ ଯାହା ସାଟେଲାଇଟସ୍‌ ପାଖକୁ ଯାଇ ତାହାକୁ ରିଫ୍ୟୁଲ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.