ସିଲିଣ୍ଡରର ରଙ୍ଗ ଅଲଗା କାହିଁକି?

ନାଲି ରଙ୍ଗର ସିଲିଣ୍ଡରରେ ଏଲପିିଜି ଥାଏ, ତେବେ ନୀଳ, କଳା ଓ ଧଳା ରଙ୍ଗର ସିଲିଣ୍ଡରରେ କେଉଁ ସବୁ ଗ୍ୟାସ ଥାଏ? ଏହା କିପରି କାମରେ ଲାଗେ ଜାଣନ୍ତୁ..

ଘରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ନାଲି ରଙ୍ଗର ସିଲିଣ୍ଡର ତ ଆପଣ ସମସ୍ତେ ଦେଖିଥିବେ। ସମସ୍ତଙ୍କୁ ଏହା ଜଣା ଯେ ନାଲି ରଙ୍ଗର ସିଲିଣ୍ଡର ରେ ଏଲପିଜି ଗ୍ୟାସ ମାନେ ଲିକ୍ୱିଫାଇଡ଼ ପେଟ୍ରୋଲିୟମ ଗ୍ୟାସ ଭରି ରହିଥାଏ। କିନ୍ତୁ କିଚେନ ସିଲିଣ୍ଡର ବ୍ୟତିତ ମଧ୍ୟ କିଛି ଅନ୍ୟ ରଙ୍ଗର ସିଲିଣ୍ଡର ରହିଛି, କଣ ଆପଣ ତାହା ସମ୍ପର୍କରେ ଜାଣିଛନ୍ତି ? ନାଲି ରଙ୍ଗର ସିଲିଣ୍ଡର ବ୍ୟତିତ ନୀଳ, କଳା ଓ ଧଳା ରଙ୍ଗର ସିଲିଣ୍ଡର ରହିଛି। ଏବେ ପ୍ରଶ୍ନ ଉଠୁଛି ଯେ ଏଭଳି ସିଲିଣ୍ଡରର ରଙ୍ଗ ଅଲଗା ଅଲଗା କାହିଁକି? ଯଦି ଏହାର ରଙ୍ଗ ଅଲଗା ତେବେ ଏହା ଭିତରେ କେଉଁ ଗ୍ୟାସ ରହିଛିି? ପ୍ରଶ୍ନ ଏହା ବି ଉଠୁଛି ଯେ ଏଭଳି ଭିନ୍ନ ରଙ୍ଗର ସିଲିଣ୍ଡରରେ ଗ୍ୟାସ କାହିଁକି ରଖାଯାଉଛି ଯାହାକି ସେସବୁ ଗୋଟିଏ ସିଲିଣ୍ଡରରେ ରଖିହେବ? ତେବେ ଏସବୁ ସମ୍ପର୍କରେ ଚାଲନ୍ତୁ ଆଜି ଜାଣିବା ଆମର ଏହି ସ୍ପେଶାଲ ଭିଡ଼ିଓରୁ..

ପ୍ରକୃତରେ ଏଲପିଜି ବ୍ୟତିତ ମଧ୍ୟ ଦୁନିଆରେ ବହୁ ପ୍ରକାରର ଗ୍ୟାସ ବ୍ୟବହାର କରାଯାଏ। ନାଲି ରଙ୍ଗର ସିଲିଣ୍ଡର ଯେଉଁଥିରେ ଏଲପିଜି ଗ୍ୟାସ ଭରି ଥାଏ , ତାହା କେବଳ କିଚେନ ବା ଖାଦ୍ୟ ପ୍ରସ୍ତୁତ କରିବା କାମ ରେ ବ୍ୟବହାର କରାଯାଏ। କିନ୍ତୁ ଏହାସହିତ ଅନ୍ୟାନ୍ୟ ଗ୍ୟାସ ରହିଛି ଯାହା ଆମ ଜୀବନକୁ ସହଜ କରିବାରେ ମୁଖ୍ୟ ଭୂମିକା ନେଇଥାଏ।

ଏଲପିଜି ର ବହୁତ ଆଗରୁ ଅକ୍ସିଜେନ, କାର୍ବନ ଡାଇଅକ୍ସାଇଡ, ନାଇଟ୍ରୋଜେନ ଓ ବେଲୁନରେ ପସୁଥିବା ହିଲିୟମ ଗ୍ୟାସ ସିଲିଣ୍ଡରରେ ଭରି ରଖଯାଏ । ଏହାକୁ ଗ୍ୟାସରେ ଭରିବା ତ ସହଜ ହୋଇଥାଏ। କିନ୍ତୁ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଭରି ହୋଇଥିବା ସିଲିଣ୍ଡରକୁ ମିକ୍ସ କରିଦିଆଯାଏ। ତେବେ ଏହି ସମୟରେ କେହି ବି ଏହାକୁ ଚିହ୍ନିବା କଷ୍ଟ ହୋଇଥାଏ ଯେ କେଉଁ ସିଲିଣ୍ଡରରେ କେଉଁ ଗ୍ୟାସ ଭରି ରହିଥାଏ। ତେଣୁ ଏହା ଏକ ପ୍ରମୁଖ କାରଣ ଯେ ସିଲିଣ୍ଡରର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ।

ସାଧାରଣ ଭାବେ ଆମେ ଜାଣିଛେ ଯେ ନାଲି ସିଲିଣ୍ଡରରେ ଏଲପିଜି ଥାଏ। ଏହାକୁ ରୋଷେଇ କାମରେ ବ୍ୟବହାର କରାଯାଏ। ଏବେ ଜାଣନ୍ତୁ ଅନ୍ୟାନ୍ୟ ସିଲିଣ୍ଡର ବିଷୟରେ..

ଧଳା ସିଲିଣ୍ଡରରେ ଅକ୍ସିଜେନ ବା ଅମ୍ଳଜାନ ଗ୍ୟାସ ଭରି ରଖାଯାଏ। ଏହାକୁ ସାଧାରଣ ଭାବେ ଆପଣ ହସ୍ପିଟାଲରେ ଦେଖି୍‌ଥିବେ। ଏହାକୁ ସେଠାରେ ବ୍ୟବହାର କରାଯାଏ। କଳାରଙ୍ଗର ସିଲିଣ୍ଡରରେ ନାଇଟ୍ରୋଜେନ ଗ୍ୟାସ ଭରି ରହିଥାଏ। ଯାହାର ବ୍ୟବହାର ଆଇସକ୍ରିମ ବନାଇବା ଓ ଟାୟାରରେ ଭରିବା ପାଇଁ ବ୍ୟବହାର କରାଯାଏ। ମେରୁନ କଲର ସିଲିଣ୍ଡରରରେ ହିଲିୟମ ଗ୍ୟାସ ଥାଏ। ଯାହାକୁ ବେଲୁନ ଫୁଲାଇବା ପାଇଁ ବ୍ୟବହାର କରାଯାଏ। ନୀଳ ରଙ୍ଗର ସିଲିଣ୍ଡରରେ ନାଇଟ୍ରସ ଅକ୍ସାଇଡ଼ ଗ୍ୟାସ ଥାଏ ଯାହାକି ଲାଫିଙ୍ଗ ଗ୍ୟାସ ନାମରେ ମଧ୍ୟ ଜଣାଯାଏ । ଗ୍ରେ ରଙ୍ଗର ସିଲିଣ୍ଡରରେ କାର୍ବନ ଡାଇଅକ୍ସାଇଡ଼ ରହିଥାଏ ଯାହାକି ବ୍ୟବସାୟିକ କାର୍ଯ୍ୟରେ ଉପଯୋଗ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.