Below header

ଆଫ୍ରିକାରେ ତାଣ୍ଡବ ରଚିଲା ବାତ୍ୟା ଫ୍ରେଡ୍ଡୀ: ୩୨୬ ଜଣଙ୍କ ମୃତ୍ୟୁ, ମାଟି ଅତଡା ତଳୁ ଖୋଜାଚାଲିଛି ଜୀବନ

ଝଡ଼ର ମାଡ଼ରେ ଘାଇଲା ଦକ୍ଷିଣ ଆଫ୍ରିକୀୟ ଦେଶ ମଲାୱି। ୪୧ ଦିନ ଧରି ଜାରି ରହିଛି ବାତ୍ୟା ଫ୍ରେଡ୍ଡୀର ପ୍ରଭାବ। କାଦୁଆ ପାଣି ଭିତରେ ଛନ୍ଦୀ ହୋଇଯାଇଛି ଜୀବନ।

ନୂଆଦିଲ୍ଲୀ : ଆଫ୍ରିକାରେ ତାଣ୍ଡବ ରଚିଲା ବାତ୍ୟା ଫ୍ରେଡ୍ଡୀ । ଝଡ଼ର ମାଡ଼ରେ ଘାଇଲା ଦକ୍ଷିଣ ଆଫ୍ରିକୀୟ ଦେଶ ମଲାୱି । ୩୨୬ ଜଣଙ୍କର ମୃତ୍ୟୁ ହୋଇଛି । ଫ୍ରେଡି ପ୍ରଭାବରେ ମାଲାଓ୍ଵିରେ ବନ୍ୟା ଓ ଭୂସ୍ଖଳନ ସବୁ କିଛି ଉଜାଡି ଦେଇଛି । ଘରଦ୍ୱାର ଭାଙ୍ଗିଛି। ରାସ୍ତାଘାଟ କଟି ଯାଇଛି। ପ୍ରଥମେ ପବନ ମାଡ଼ କ୍ଷୟକ୍ଷତି କଲା। ଯାହା ବଞ୍ଚିଥିଲା ତାକୁ ପାଣିର ସୁଅ ଭସାଇ ନେଇଗଲା। ଦକ୍ଷିଣ ଆଫ୍ରିକୀୟ ଦେଶ ମଲାୱିରେ ସ୍ଥିତି ସଂଗୀନ। ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । କାଦୁଆ ପାଣି ଭିତରେ ଛନ୍ଦୀ ହୋଇଯାଇଛି ଜୀବନ। ମାଟି ଅତଡା ଖସିଥିବା ସ୍ଥାନରୁ ଜୀବନର ସନ୍ଧାନ କରୁଛନ୍ତି ଲୋକେ।

ଏପଟେ ମୋଜାମ୍ବିକର ଅନେକ ସ୍ଥାନ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ରହିଛନ୍ତି। ଯୋଗାଯୋଗ ହୋଇ ପାରୁ ନାହିଁ। ତେଣୁ ବାସ୍ତବିକ କ୍ଷୟକ୍ଷତି କେତେ ହୋଇଛି ତାହା କହି ହେଉ ନାହିଁ। ଫେବ୍ରୁଆରୀ ୬ରେ ଭାରତ ମହାସାଗରରେ ଅଷ୍ଟ୍ରେଲିଆ ନିକଟରେ ଫ୍ରେଡୀର ସୃଷ୍ଟି ହୋଇଥିଲା। ଦୀର୍ଘ ୪୧ ଦିନ ଧରି ବାତ୍ୟା ଫ୍ରେଡ୍ଡୀର ପ୍ରଭାବ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.