ଦେଶରେ ୪କୋଟି ଟପିଲା କୋଭିଡ଼ ସଂକ୍ରମଣ, ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ

ନୂଆଦିଲ୍ଲୀ: ଦେଶରେ ୪କୋଟି ଟପିଲା କୋଭିଡ଼ ସଂକ୍ରମଣ। ତୃତୀୟ ଲହରରେ ୫୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ଭାରତ ସଂକ୍ରମଣରେ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମରେ ରହିଛି ଆମେରିକା। ଆମେରିକାରେ ଏବେ ଯାଏ ୭କୋଟି ୩୦ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଜୁନ ୨୦୨୧ରେ ଭାରତ ୩ କୋଟି ପାର କରିଥିଲା। ଦ୍ୱିତୀୟ ଲହରରେ ୧କୋଟି ପହଞ୍ଚିବାକୁ ଭାରତକୁ ଖୁବ୍‌ କମ ସମୟ ଲାଗିଥିଲା। ମାତ୍ର ୪୦ ଦିନରେ ୨ରୁ ୩ କୋଟିରେ ପହଞ୍ଚିଯାଇଥିଲା ସଂକ୍ରମଣ। ତୃତୀୟ ଲହରରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି। ଅନ୍ୟପଟେ ଦୈନିକ ମୃତ୍ୟୁ ୨୭ପ୍ରତିଶତ ବୃଦ୍ଧି ପାଇଛି।

ମଙ୍ଗଳବାର ୫୭୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୫ମାସରେ ଏହା ସବୁଠୁ ଅଧିକ ଦୈନିକ ମୃତ୍ୟୁ। ମହାରାଷ୍ଟ୍ର , କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଗୁଜୁରାଟ ଆଦି ରାଜ୍ୟରେ ଦୈନିକ ମୃତ୍ୟୁ ଅଧିକ ରହିଛି। ମହାରାଷ୍ଟ୍ରରେ ମଙ୍ଗଳବାର ୮୬ଜଣଙ୍କ ମୃତ୍ୟୁ ହୋଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.