ବିବାହ ବନ୍ଧନରେ ବାନ୍ଧିହେଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ। ଗତକାଲି ଗୀତାଶା ସୁଦଙ୍କୁ ବିବାହ କରିଛନ୍ତି ରିତେଶ । ଆଉ ଏହି ବିବାହ ଉତ୍ସବରେ ରାଜନେତାଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତର ଅନେକ ସିଇଓ ଯୋଗ ଦେଇଥିଲେ।

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ। ଗତକାଲି ଗୀତାଶା ସୁଦଙ୍କୁ ବିବାହ କରିଛନ୍ତି ରିତେଶ । ଆଉ ଏହି ବିବାହ ଉତ୍ସବରେ ରାଜନେତାଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତର ଅନେକ ସିଇଓ ଯୋଗ ଦେଇଥିଲେ। ସୂଚନା ଥାଉକି , ସଫ୍ଟବ୍ୟାଙ୍କ ହେଉଛି ଏକ ଜାପାନୀ କମ୍ପାନୀ, ଯାହା ଓୟୋରେ ସବୁଠାରୁ ବଡ ନିବେଶକ। ଏହାର ସିଇଓ ମାସାୟୋଶୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିଥିଲେ। କେବଳ କର୍ପୋରେଟ ଜଗତରୁ ନୁହେଁ ବରଂ ଅନେକ ରାଜନେତା ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ |

ସେହିପରି ଏହି ବିବାହ ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପେଟିଏମ୍ ସିଇଓ ବିଜୟ ଶେଖରଙ୍କ ସମେତ ଲେନ୍ସକାର୍ଟର ସିଇଓ ପୀୟୁଷ ବଂଶଲ ମଧ୍ୟ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ବିବାହ ସମାରୋହରେ ଯୋଗ ଦେବା ସହ ଫଟୋ ଟ୍ୱିଟ କରିଛନ୍ତି। ତେବେ କିଛିଦିନ ପୂର୍ବେ ରିତେଶ ଅଗ୍ରୱାଲ ତାଙ୍କ ମା’ଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କରିଥିଲେ ।ରିତେଶ ଅଗ୍ରୱାଲ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଲୋଡିଥିଲେ।

ତେବେ ରାୟଗଡାରେ ମଧ୍ୟବିତ ମାରୱାଡି ପରିବାରରେ ୧୯୯୩ ମସିହାରେ ଜନ୍ମଗ୍ରହଣ କରିଥିବା ରିତେଶ ପ୍ରଥମେ ‘ଓରାଭେଲ’ନାମକ ୱେବସାଇଟଟିଏ ସ୍ଥାପନ କରିଥିଲେ। ପରେ ଏହା ଓୟୋ ରୁମସ ନାମରେ ପରିଚୟ ପାଇଥିଲା।୧୯ ବର୍ଷ ବୟସରେ ଯେତେବେଳେ ରିତେଶ ରାଜସ୍ଥାନ କୋଟାରେ ଆଇଆଇଆଟି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସେତେବେଳେ ଦିଲ୍ଲୀ ମଧ୍ୟ ଯିବାକୁ ପଡୁଥିଲା।

ତେବେ ଦିଲ୍ଲୀରେ ଶସ୍ତାରେ ହୋଟେଲଟିଏ ପାଇବା ପାଇଁ ପ୍ରଚେଷ୍ଟା କରୁଥିବାବେଳେ ସେ ଉପଲବ୍ଧି କରିଥିଲେ କିଛି ନୂଆ ଅଭିଜ୍ଞତା । ସାଧାରଣ ଲୋକର ମନରେ ହୋଟେଲରେ ରହିବାକୁ ନେଇ କଣ ସବୁ ପ୍ରଶ୍ନ ଉଙ୍କି ମାରିଥାଏ ତାହାକୁ ପ୍ରଥମେ ଜାଣିବାକୁ ଚେଷ୍ଟା କରିଥିଲେ ରିତେଶ। ଏହାପରେ ଓୟୋ ରୁମସର ପରିକଳ୍ପନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.