ପଞ୍ଜଶୀରରେ ଏକୁଟିଆ ଲଢ଼ୁନାହିଁ ତାଲିବାନ୍‌, ସାଥ୍‌ ଦେଉଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କୀ ସଂଗଠନ ଅଲ୍‌କାଏଦା

ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି ତାଲିବାନ। ଇତିମଧ୍ୟରେ ଖବର ଆସିଛି ଯେ କଟ୍ଟରପନ୍ଥୀ ଇସଲାମିକ ସଂଗଠନ ହାତରେ ଏବେ ପଞ୍ଜଶୀର ଘାଟି ବି ଆସିଯାଇଛି। କିନ୍ତୁ ଘାଟିର ନେତାମାନେ ଏହାକୁ ଖଣ୍ଡନ କରୁଛନ୍ତି ଓ ତାଲିବାନୀଙ୍କୁ ମୁହଁ ତୋଡ଼ ଜବାବ ଦେଉଥିବା କହୁଛନ୍ତି।

ରିପୋର୍ଟ ମୁତାବକ, ଏବେ ପଞ୍ଜଶୀରରେ ଚାଲିଥିବା ଘମାଘୋଟ ଲଢ଼େଇରେ ତାଲିବାନ୍‌ର ସାଥ୍‌ ଦେଉଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ ଅଲକାଏଦା। ପଞ୍ଜଶୀର ଘାଟିରେ ଚାଲିଥିବା ଆକ୍ରମଣରେ ଅଲକାଏଦା ଓ ପାକିସ୍ତାନୀମାନେ ସାହାଯ୍ୟ କରୁଥିବା ନେଇ ନେତା ଅହମ୍ମଦ ମସୁଦ ଦାବି କରିଛନ୍ତି।

ପଞ୍ଜଶୀରରେ ଆକ୍ରମଣ ବେଳେ ତାଲିବାନ ସହ ପାକ୍‌ ସୈନ୍ୟ ଉପସ୍ଥିତ ଥିବାର ପ୍ରମାଣ ମିଳିଛି। ରିପୋର୍ଟ ମୁତାବକ, Northern Alliance ଆକ୍ରମଣରେ ପ୍ରାଣ ହରାଇଥିବା ଏକ ପାକ୍‌ ସୈନିକଙ୍କ ଆଇ କାର୍ଡର ଫଟୋ ସେୟାର କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ପାକ୍‌ ସେନା ପଞ୍ଜଶୀର ଯୁଦ୍ଧରେ ସାମିଲ ହୋଇଛନ୍ତି। ଏହି କାର୍ଡରେ ପାକ୍‌ ନାଗରିକ ମହମ୍ମଦ ଓ୍ଵାସିମ୍‌ଙ୍କ ନାଁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.