ଟିକା ନେବାକୁ ମନା କଲେ ବ୍ଲକ ହୋଇଯିବ ସିମ୍ କାର୍ଡ, ଏହି ଦେଶର ସରକାର ଘୋଷଣା କଲେ କଠୋର ନିୟମ

ପାକିସ୍ତାନର ସିନ୍ଧ ପ୍ରାନ୍ତରେ ସରକାର କରୋନା ଟିକା ନେବାକୁ ମନା କରୁଥିବା ଲୋକଙ୍କ ପାଇଁ କଠୋର ନିୟମ ଘୋଷଣା କରିଛନ୍ତି। ଯେଉଁ ଲୋକ କରୋନା ଟିକା ନେବାକୁ ମନା କରିବେ, ସେମାନଙ୍କ ମୋବାଇଲର ସିମ୍ କାର୍ଡକୁ ବନ୍ଦ କରିଦିଆଯିବ ବୋଲି ଖବର ମିଳିଛି। ମିଳିଥିବା ଖବର ଅନୁଯାୟୀ, ସିନ୍ଧର ସୂଚନା ମନ୍ତ୍ରୀ ସୟେଦ ନାସିର ହୁସେନ ରାଜଧାନୀରେ ଏକ ଟିକାକରଣ କେନ୍ଦ୍ର ଉଦଘାଟନ କରିବା ପରେ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, ଯେଉଁମାନେ ଟିକା ନେବାକୁ ମନା କରିବେ ସେମାନଙ୍କ ମୋବାଇଲ ସିମ କାର୍ଡକୁ ବ୍ଲକ କରିଦିଆଯିବ। ଗତ କିଛିଦିନ ତଳେ ପଞ୍ଜାବ ସରକାର ଏପରି ନିଷ୍ପତ୍ତି ନେଇଥିଲେ। ଏହାପରେ ପ୍ରଥମ ଥର ପାଇଁ ସିନ୍ଧରେ ଗୋଟିଏ ଦିନରେ ହଜାରରୁ କମ୍ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.