ରାତି ଅଧରେ ପାକିସ୍ତାନ ସଂସଦକୁ ଭଙ୍ଗକଲେ ରାଷ୍ଟ୍ରପତି, ୩ ମାସ ମଧ୍ୟରେ ଇମ୍ରାନଙ୍କ ବିନା ହେବ ନିର୍ବାଚନ

ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲରେ ଥିବା ବେଳେ ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଆରିଫ ଅଲ୍ଲୀ ରାତି ଅଧରେ ସଂସଦକୁ ଭଙ୍ଗ କରିଛନ୍ତି ।

ରାତି ଅଧରେ ପାକିସ୍ତାନ ସଂସଦକୁ ରାଷ୍ଟ୍ରପତି ଭଙ୍ଗ କରିଛନ୍ତି । ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲରେ ଥିବା ବେଳେ ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶକ୍ରମେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନିଆଯାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ।

ପାକିସ୍ତାନ ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସୁପାରିସର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କଲେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ । ଆସନ୍ତା ୩ ଦିନ ମଧ୍ୟରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।

ରାଷ୍ଟ୍ରପତି ଅଲ୍ଲୀ ନିଜ କାର୍ଯ୍ୟକାଳ ଭିତରେ ଦ୍ୱିତୀୟ ଥର ପାଇଁ ସଂସଦ ଭଙ୍ଗ କରିଛନ୍ତି। ଏହାପୂର୍ବରୁ ଗତବର୍ଷ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରସି କ୍ରମେ ପାକିସ୍ତାନ ସଂସଦକୁ ଭଙ୍ଗ କରିଥିଲେ। କିନ୍ତୁ ପରେ ସୁପ୍ରିମକୋର୍ଟ ତାହା ଉପରେ ରୋକ ଲଗାଇଥିଲେ।

ସୂଚନାଯୋଗ୍ୟ, ତୋଷଖାନା ମାମଲାରେ ଇସାଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ନିର୍ବାଚନ କମିଶନର ଆସନ୍ତା ୫ ବର୍ଷ ଇମ୍ରାନଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.