ପାକିସ୍ତାନ ସ୍ୱାଧୀନତା ଦିବସରେ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଲେ ଖୋଲା ଚ୍ୟାଲେଞ୍ଜ: କହିଲେ, ‘ଇଟାର ଜବାବ ପଥରରେ ଦେବୁ’

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ପାକିସ୍ତାନ କ୍ରୋଧ ପ୍ରକାଶ କରିଛି। ଅଗଷ୍ଟ ୧୪ ତାରିଖ ବୁଧବାର ନିଜ ସ୍ୱାଧୀନତାର ବର୍ଷ ପୂର୍ତ୍ତି ଅବସରରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ସେ ଭାରତର ପ୍ରତି ଇଟାର ଜବାବ ପଥରରେ ଦେବାକୁ ପ୍ରସ୍ତୁତ ଅଛନ୍ତି। ଯଦି ପିଓକେରେ କିଛି ଘଟିଲା, ତା’ହେଲେ ଏଥିପାଇଁ ଭାରତକୁ ଏକ ଶିକ୍ଷା ଦେବେ ବୋଲି ଇମ୍ରାନ୍‌ କହିଛନ୍ତି।

ପାକିସ୍ତାନ ପିଏମ୍‌ କହିଛନ୍ତି ଯେ ‘ଆମେ ଏବଂ ଆମର ସୈନ୍ୟମାନେ ସବୁଆଡ଼ୁ ପ୍ରସ୍ତୁତ ଅଛନ୍ତି। ଯଦି ଯୁଦ୍ଧ ହୁଏ, ତା’ହେଲେ ଏଥିପାଇଁ ପୂରା ବିଶ୍ୱ ଦାୟୀ ରହିବ।’ ଇମ୍ରାନଙ୍କ ଭଳି ପାକିସ୍ତାନ ରାଷ୍ଟ୍ରପତି ମଧ୍ୟ ସମାନ ଢଙ୍ଗରେ ନିଜ ଅଭିଭାଷଣ ରଖିଥିଲେ। ତେବେ ଇମ୍ରାନ୍‌ କହିଥିଲେ, ‘ସ୍ୱାଧୀନତା ଦିବସ ଖୁସିର ଏକ ବଡ଼ ମୌକା। ହେଲେ ଆଜି ଆମେ କଶ୍ମୀର ଭାଇମାନଙ୍କର ଦୁର୍ଦ୍ଦଶାରେ ବହୁତ ଦୁଃଖି ଅଛୁ, ଯେଉଁମାନେ କି ଭାରତ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଛନ୍ତି। ମୁଁ କଶ୍ମୀର ଭାଇମାନଙ୍କୁ ସୁନିଶ୍ଚିତ କରାଉଛି କି ଆମେ ସେମାନଙ୍କ ସହିତ ସବୁବେଳେ ରହିଛୁ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.