ମୋହନା: ମାନସିକ ବିକାରଗ୍ରସ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ହାଣି ନିଜେ କଲା ଆତ୍ମହତ୍ୟା

ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରିର ଏକଲବ୍ୟ ମଡେଲ ସ୍କୁଲ ନିକଟସ୍ଥ ଚନ୍ଦନପୁର ହରିଜନ ବସ୍ତିରେ ସ୍ୱାମୀ ସ୍ତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ । ମୃତକମାନେ ହେଲେ ଚନ୍ଦନପୁର ବସ୍ତିର ବଚ୍ଚନ ଉଠାଣସିଂ ଓ ତାଙ୍କ ସ୍ତ୍ରୀ ସଯୁମିତ୍ର ଉଠାଣସିଂ । ନିଜ ଘରେ ସ୍ତ୍ରୀର ଶବ ପଡିଥିବା ବେଳେ ସ୍ୱାମୀର ଶବ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଆର ଉଦୟଗିରି ଏସଡ଼ିପିଓ ଓ ମୋହନ ଥାନା ଅଧିକାରୀ ପହଂଚି ଦୁଇଟି ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି । ମୃତ ଶରୀର ପାଖରୁ ଦୁଇଟି ମଲା କୁକୁଡ଼ା ସହ ଏକ ଟାଙ୍ଗିଆ ଜବତ କରାଯାଇଛି । ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ତାହା ଏବେଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବଚ୍ଚନ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ଅଟନ୍ତି । ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସେ ନିଜେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ କିଛି ବର୍ଷ ତଳେ ଉକ୍ତ ଦମ୍ପତ୍ତି ପ୍ରେମ ବିବାହ କରି ଦୈନିକ ମଜୁରୀ ଖଟି ଚଳି ଆସୁଥିଲେ । ତାଙ୍କର ଗୋଟିଏ ଝିଅ ରହିଥିବା କହିଛନ୍ତି ପରିବାର ଲୋକେ । ଦୁଇ ଜଣଙ୍କ ମଧ୍ୟରେ ବିଶେଷ ବିବାଦ ନଥିଲେ ମଧ୍ୟ ମାନସିକ ବିକାରଗ୍ରସ୍ତରୁ ଏଭଳି ହୋଇଥିବା କହିଛନ୍ତି ବଚ୍ଚନଙ୍କ ମା’ ବାସନ୍ତୀ ନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.