ଚୀନରେ ପିଲାମାନଙ୍କୁ କୁକୁଡା ରକ୍ତ ଇଞ୍ଜେକସନ୍ ଦେବା ପାଇଁ ଚାଲିଛି ପ୍ରତିଯୋଗିତା

କୋଭିଡ଼ ପରେ ଏବେ ସାରା ଦୁନିଆର ନଜର ରହିଛି ଚୀନ୍‌ ଉପରେ। କିନ୍ତୁ ଏବେ ଏହି ଦେଶକୁ ନେଇ ଏକ ନୂଆ ଚର୍ଚ୍ଚା ଜୋର ଧରିଛି। ଯାହାକୁ ଶୁଣିଲେ ଆପଣଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଆସିବ । ଏବେ ଚୀନ ଏକ ନୂଆ ଯୋଜନା ପଛରେ ଲାଗିଛିି। ନିଜ ଦେଶର ପିଲାଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏଭଳି ଏକ ନିୟମ ବାହାର କରିଛି ଯାହାକୁ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏମିତି ବି କିଛି ହୁଏ ବୋଲି ମଧ୍ୟ ମନରେ ପ୍ରଶ୍ନ ଆସିବ ।

ଚୀନ୍‌, ଏକ ଏଭଳି ଦେଶ ଯେଉଁଠି ସବୁ କିଛି କାମ ସମ୍ଭବ । ଯେଉଁ କାମ ଆମେ ସ୍ୱପ୍ନରେ ସୁଧା ଭାବିନଥାଉ ସେ ସେହି କାମକୁ ନିଦ୍ୱନ୍ଦରେ କରିଦିଏ। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ତାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଯାଏ। ତେବେ ଚୀନ ଏବେ ନିଜ ଦେଶର ପିଲାଙ୍କୁ କୁୁକୁଡା ରକ୍ତ ଇଞ୍ଜେକସନ ଦେବାର ପ୍ଲାନ ରଖିଛି। ଖବର ଟି ଅଜବ ଲାଗୁଥିଲେ ବି ଏହାସତ। ଏହାପଛରେ କାରଣ ମଧ୍ୟ ରହିଛି ବଡ଼ ଅଜବଧରଣର। ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇଁ ଏହି ପ୍ଲାନ ବାହାର କରାଯାଇଛି। ଏକ ଏମିତି ପ୍ଲାନ ଯାହାକୁ ବିଶ୍ୱାସ କରିବା ଅସମ୍ଭବ। ଚୀନ୍‌ରେ ପ୍ରତ୍ୟେକ ମାଆ ବାପାଙ୍କୁ ଏବେ ଏହି ନିଶା ଘାରିିଛି। ନିଜ ପିଲାଙ୍କୁ ସୁପର କିଡ଼ ଲିଷ୍ଟରେ ଆଡ୍‌ କରିବା ପାଇଁ ସେମାନେ ଏହି ନିଷ୍ପତ୍ତି ନେଉଛନ୍ତି। ଖବରଟି ଅନ୍ୟ ମାନଙ୍କୁ ଅଜବ ଲାଗୁଥିଲେ ବି ଚୀନ୍‌ରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ଚୀନରେ ସବୁ ମାଆ ବାପା ନିଜ ପିଲାଙ୍କୁ ଏନର୍ଜେଟିକ ରଖିବା ପାଇଁ କୁକୁଡାଙ୍କ ରକ୍ତର ଇଞ୍ଜେକସନ୍‌ ଦେଉଛନ୍ତି। ଏହି ଖବର କୁ ନେଇ ଅନେକ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ସୁପର ଇଞ୍ଜେକସନ୍‌ ଲଗାଇବା ପରେ ପିଲାଙ୍କୁ କ୍ୟାନସର ଏବଂ ଗଞ୍ଜାପଣ ସମସ୍ୟାରୁ ମୁକ୍ତି ମିଳିବ। ତେବେ କୁକୁଡାଙ୍କ ରକ୍ତରେ ମଧ୍ୟ ଷ୍ଟେରଏଡ୍‌ ମିଳିଥାଏ, ଯାହା ପିଲାଙ୍କୁ ଫୁର୍ତ୍ତିଲା ବା ଏନର୍ଜେଟିକ ରଖିବା ସହ ପାଠପଢ଼ାରେ ମଧ୍ୟ ମନ ଲାଗିଥାଏ ।ଏହାକୁ ନେଇ ପରିବାର ମଧ୍ୟରେ ଏକ ଲମ୍ବା ରେସ୍‌ ଲାଗିଛି। ଏହାକୁ ନେଇ ଚିକେନ ବେବିର କ୍ରେଜ ମଧ୍ୟ ବଢ଼ିଯାଇଛି। ସବୁଠୁ ବଡ଼ କଥା ହେଉଛି ଏହାକୁ ଦେଖି ଜାଣିନଥିବା ଲୋକ ମଧ୍ୟ ନିଜ ପିଲାଙ୍କୁ ଏହି ରେସରେ ସାମିଲ କରୁଛନ୍ତି। ଏମିିତିବି ଅନେକ ବାର ଆମକୁ ଶୁଣିବାକୁ ମିଳେ ଯେ, ଚୀନର ଛୁଆମାନଙ୍କ ଆଖି ବା ଦୃଷ୍ଟି ଶକ୍ତି କମ ରହିଥାଏ । ମିଡିଲ ସ୍କୁଲରେ ୭୧% ରହିଥିବା ବେଳେ ହାଇ ସ୍କୁଲରେ ପାଖାପାଖି ୮୧% ପିଲାଙ୍କ ଆଖି ଖରାପ ରହିଛି।

ତେବେ ଚୀନ୍‌ ସବୁବେଳେ ନିଜର ଅଜବ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାଏ। ଏବେ ଏହି କାମ ତା ପାଇଁ କିଛି ବି ଅଲଗା ନୁହେଁ। କିନ୍ତୁ ଅନ୍ୟମାନଙ୍କୁ ଏହି ଖବର ନିଶ୍ଚୟ ଚିନ୍ତାରେ ପକାଇଛି । କାରଣ କୋଭିଡ ପରେ ଚୀନର କିଛି ବି କାମ ଉପରେ କାହାର ଭରସା ରହୁନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.