ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ: ଦୁବାଇରେ ହୋଇଛି ଦେହାନ୍ତ

କେନ୍ୟୁଜ୍(ବ୍ୟୁରୋ):  ପରଲୋକରେ ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ । ଦୁବାଇରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁସାରଫ । ଏନେଇ ପାକିସ୍ତାନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମରେ ତାଙ୍କର ଦେହାନ୍ତ ନେଇ ଖବର ପ୍ରସାରଣ ହୋଇଛି । ଦୁବାଇର ଆମେରିକାନ୍‌ ହସ୍ପିଟାଲରେ ମୁସାରଫ ଆଖି ବୁଜିଛନ୍ତି । ତାଙ୍କ ସମୟରେ ୧୯୯୯ କାର୍ଗିଲ ଯୁଦ୍ଧ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.