ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ ମିଳିଲା ଜାମିନ୍‌, ଡିସିପିଙ୍କ କାରକୁ ଧକ୍କା ଦେଇ ହୋଇଥିଲେ ଗିରଫ

ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ ମିଳିଲା ଜାମିନ୍‌। ଦକ୍ଷିଣ ଦିଲ୍ଲୀର ଡେପୁଟି ପୋଲିସ କମିଶନରଙ୍କ ଗାଡ଼ିକୁ ନିଜ କାରରେ ଧକ୍କା ଦେବା ଅଭିଯୋଗରେ ଶେଖରଙ୍କୁ ଫେବ୍ରୁଆରୀ ୨୨ ତାରିଖ ଦିନ ଗିରଫ କରାଯାଇଥିଲା। ଆଜି ତାଙ୍କୁ ଜାମିନ୍‌ ମିଳିଛି।

ରିପୋର୍ଟ ମୁତାବକ, ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ନିଜ ଜାଗୁଆର ଲ୍ୟାଣ୍ଡ୍‌ ରୋଭର କାରକୁ ଦ୍ରୁତ ବେଗରେ ଚଲାଇ ଯାଉଥିବା ବେଳେ ମଦର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ସାମ୍ନାରେ ଠିଆ ହୋଇଥିବା ଡିସିପି ବେନ୍ତିଆ କେରି ଜାଇକରଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ସେତେବେଳେ ଡିପିସିଙ୍କ ଡ୍ରାଇଭର ଗାଡ଼ିରେ ପେଟ୍ରୋଲ ଭରିବାକୁ ଯାଇଥିଲେ। ଡିସିପିଙ୍କ ଗାଡ଼ିକୁ ଧକ୍କା ଦେବା ପରେ ଶେଖର ନ ଅଟକି ଘଟଣାସ୍ଥଳରୁ ଖସି ପଳାଇଥିଲେ। କିନ୍ତୁ ଡିସିପିଙ୍କ ଡ୍ରାଇଭର ଧକ୍କା ଦେଇଥିବା ଗାଡ଼ି ନମ୍ବରକୁ ଟିପି ରଖିଥିଲେ।


ଏ ନେଇ ଛାନ୍‌ଭିନ୍‌ ହେବାରୁ ଜଣାପଡ଼ିଥିଲା ଯେ ଗାଡ଼ିଟି ହେଉଛି ପେଟିଏମ୍‌ର ଫାଉଣ୍ଡର ବିଜୟ ଶେଖର ଶର୍ମାଙ୍କର। ପୋଲିସ ତାଙ୍କୁ ତୁରନ୍ତ ଥାନାରେ ହାଜର ହେବାକୁ ଡକାଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଏବେ ତାଙ୍କୁ ଜାମିନ୍‌ ମିଳିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ମୋବାଇଲ୍‌ ଓ୍ଵାଲେଟ୍‌ ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା (୩୯) ସବୁଠୁ କମ୍‌ ବୟସ୍କ ଭାରତୀୟ କୋଟିପତି। ୨୦୧୮ ମସିହାରେ ଫୋବର୍ସ ପକ୍ଷରୁ ପ୍ରକାଶିତ ତାଲିକାରେ ବିଜୟ ୧.୭ ଅରବ ଡଲାର ସମ୍ପତ୍ତି ସହ ୧୩୯୪ ତମ ସ୍ଥାନରେ ରହିଥିଲେ।

Also Read: ଇରାକ୍‌ରେ ଆମେରିକା ଦୂତାବାସ ଉପରେ ୧୨ ମିସାଇଲ୍‌ ମାଡ଼, କାରଣ ଜାଣିନଥିବା କହିଲେ ସରକାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.