Below header

ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ବହିଷ୍କାର କର: କାଲିଠାରୁ ସାରା ରାଜ୍ୟରେ ବିଜେପି କରିବ ସତ୍ୟାଗ୍ରହ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ବହିଷ୍କାର କରାଯାଉ ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି ବିଜେଡି ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଏ ତେବେ ସାରା ରାଜ୍ୟରେ ବିଜେପି ପାଟିରେ କଳାପଟି ବାନ୍ଧି ସତ୍ୟାଗ୍ରହ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ବିଜେପି।

ଚିଲିକାର ବାହୁବଳୀ ବିଜେଡି ବିଧାୟକ ମଦ ପିଇ ଗାଡି ଚଳାଇବା ସହ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲିକ କହିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ବିଧାୟକଙ୍କ ବାରମ୍ବାର ଦବଙ୍ଗଗିରି ସାମ୍ନାକୁ ଆସୁଥିଲେ ବି କାହିଁକି ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।   ଏହା ସହ ସମ୍ବିତ କହିଛନ୍ତି ଗତକାଲି ମୁଖପାତ୍ର କହିଲେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ମାତ୍ର ଏହି ନିଲମ୍ବନ କେବଳ ନାଟକ ହିଁ ଥିଲା । କାରଣ ସେ ନିଲମ୍ବନ ହେବା ପରେ ବି ଦଳର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ତେଣୁ ତାଙ୍କୁ ବହିଷ୍କାର କରଯାଉ । ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ତାଙ୍କ ଏପରି ଆଚରଣ ପାଇଁ ଓଡ଼ିଶା ରାଜ୍ୟର ଛବି ମଳିନ ହୋଇଛି । ତାଙ୍କୁ ପୂର୍ବରୁ ହିଁ ବହୁବଳୀ ବିଧାୟକ କୁହାଯାଉଥିଲା ।

ଅତିତରେ ସେ ବୌଦ୍ଧ ଜିଲ୍ଲାରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ସହ ଚିଲିକାରେ ଦଳିତ ଯୁବକକୁ ମାଡ଼ ମାରି ଲହୁ ଲୁହଣ କରିଥିଲେ । ପଶ୍ଚିମବଙ୍ଗରେ ଯେମିତି ବିଜେପି କର୍ମୀ ମାନଙ୍କୁ ମାରିଦେବକୁ ଉଦ୍ୟମ ହେଉଛି ଏଠି ଓଡ଼ିଶାରେ ବି ସେଇଭଳି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ ହେଉଛି ବୋଲି ସମ୍ବିତ କହିଛନ୍ତି।

ଚିଲିକା ବାଣପୁରରେ ବିଜେପି ଜିତୁଥିବା ଜାଣି ବିଧାୟକ ଅବସାଦରେ ଆସି ନିର୍ବାଚନକୁ ବନ୍ଦ କରିବାକୁ ଚାହୁଁଥିଲେ । ଆଉ ସବୁ କରିବା ପାଇଁ ବିଜେଡି ତାଙ୍କୁ ପ୍ରଶୟ ଦେଇଥିବା ଆଭିଯୋଗ ଆଣିଛନ୍ତି ବିଜେପିର  ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହା ଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ।

ସେହିପିରି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ଅମାନବୀୟ ଆଚରଣକୁ ନେଇ ସତ୍ୟାଗ୍ରହ କରିବ ବିଜେପି । ସମଗ୍ର ରାଜ୍ୟରେ ହେବ ଏହି ସତ୍ୟାଗ୍ରହ । ସମସ୍ତ ସହରାଞ୍ଚଳ ଏବଂ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ମୁହଁରେ କଳା ପଟି ବାନ୍ଧି ଏହି ସତ୍ୟା ଗ୍ରହ କରାଯିବ । ଫ୍ରାଷ୍ଟ ଟ୍ରାକ କୋର୍ଟ ମାଧମରେ ଏହାର ବିଚାର କରି ତୁରନ୍ତ ଦୋଷୀକୁ କଡା ଦଣ୍ଡ ଦେବାକୁ ଦାବି କରିବ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.