ହୋଲିକା ଦହନ ରାତିରେ ହିଁ କରନ୍ତୁ ଏହି ସାମାନ୍ୟ ଉପାୟ…ଦୂର ହୋଇଯିବ ପୁରୁଣା କରଜ ବୋଝ

ସୁଖ-ଦୁଃଖ, ଲାଭ-କ୍ଷତି ସମସ୍ତଙ୍କ ଜୀବନରେ ଆସିଥାଏ, କିନ୍ତୁ ଅନେକ ବାର ଖରାପ ସମୟ ଦୀର୍ଘ ଦିନ ପର୍ଯ୍ୟନ୍ତ ପିଛା ଛାଡ଼ି ନ ଥାଏ। ଏମିତି ସ୍ଥିତିରେ ବ୍ୟକ୍ତିକୁ ଧର୍ମ, ଜ୍ୟୋତିଷ ଏବଂ ବିଭିନ୍ନ ଉପାୟର ସାହାରା ନେବାକୁ ପଡ଼ିଥାଏ। ଯଦି କରଜ ବୋଝ ଆପଣଙ୍କୁ ମାଡ଼ି ମାଡ଼ି ପଡ଼େ, ତ ଅନେକ ଉପାୟ ରହିଛି, ଯାହା ବହୁତ ଲାଭଦାୟକ ହୋଇପାରେ। ଏହି ଉପାୟ କରିବା ପାଇଁ କିଛି ବିଶେଷ ଦିନ ମଧ୍ୟ ରହିଥାଏ। ଏହି ଦିନ କରିବା ଦ୍ୱାରା ଫଳାଫଳ ବହୁତ ଜଲ୍‌ଦି ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ହୋଲିକା ଦହନ ରାତି। ଆସନ୍ତୁ ଜାଣିବା, ଏହି ଦିନ କେଉଁ ଉପାୟ ଆପଣାଇଲେ କେଉଁ ସମସ୍ୟା ଦୂର ହୋଇ ପାରିବ।

ହୋଲିକା ଦହନ ରାତିରେ ଯଦି ଆପଣ ଅଟା ଦୀପରେ ଏକ ସହଜ ଉପାୟ କରିବେ, ତ ଏହା ପୁରୁଣାରୁ ଅତି ପୁରୁଣା କରଜ ବୋଝକୁ ବି ହାଲୁକା କରିବାରେ ଚମତ୍କାର ଫଳ ଦେଇ ପାରିବ। ଏହା ବ୍ୟତୀତ ଏହି ଉପାୟ ଜୀବନର ଅନେକ ବାଧାକୁ ମଧ୍ୟ ଦୂର କରିଦେବ। ଶୁଭ କାମରେ ଆସୁଥିବା ବାଧାବିଘ୍ନ ଏବଂ ଆର୍ଥିକ ସଙ୍କଟକୁ ଦୂର କରିବାରେ ଅଟା ଦୀପ ବେଶ୍‌ ଫଳପ୍ରଦୀ ହୋଇଥାଏ।

ଏମିତି କରନ୍ତୁ ଉପାୟ

ଆପଣ ଅଟାରେ ୫ ମୁଖୀ ଦୀପ ତିଆରି କରନ୍ତୁ। ଏବେ ଏଥିରେ ସୋରିଷ ତେଲ ଭରନ୍ତୁ। ଏଥିରେ କଳା ରାଶିର କିଛି ଦାନା, ଗୋଟିଏ ବତାଶା, ଅଳ୍ପ ସିନ୍ଦୁର ଏବଂ ଏକ ତମ୍ବା ପଇସା ପକାନ୍ତୁ। ଏହାପରେ ହୋଲିକା ଦହନ ଅଗ୍ନିରେ ଏହି ଦୀପକୁ ଜଳାଇ ଘରର ଆଳତି ନିଅନ୍ତୁ ଏବଂ ଏହାକୁ ଏକ ଶୂନଶାନ ଚାରିଛକରେ ରଖି ଦିଅନ୍ତୁ। ଦୀପ ରଖିବା ପରେ ପଛକୁ ବୁଲି ଚାହାଁନ୍ତୁ ନାହିଁ। ଏହାପରେ ବାହାରେ ହିଁ ମୁହଁ, ହାତ ଧୋଇ ଘର ଭିତରକୁ ପ୍ରବେଶ କରନ୍ତୁ। ବିଶ୍ୱାସ କରାଯାଏ, ଏହି ଉପାୟ କରଜକୁ ମୁକ୍ତି ଏବଂ ଆର୍ଥିକ ସ୍ଥିତିକୁ ମଜଭୁତ କରିବାରେ ବେଶ୍‌ ପ୍ରଭାବଶାଳୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.