ସୁଧୁରିବାର ନାଁ ଧରୁନାହାନ୍ତି କ୍ୱାରେଣ୍ଟାଇନରେ ଥିବା ଜମାତି, ଫିଙ୍ଗୁଛନ୍ତି ପରିସ୍ରା ଭର୍ତ୍ତି ବୋତଲ

କରୋନା ସଂକ୍ରମଣର ଶିକାର ହୋଇ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଉତ୍ପାତ ଥମିବାର ନାଁ ଧରୁନି। ଡାକ୍ତରଙ୍କ ହେପାଜତରେ ଥିବା ଏହି ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ମାନିବା ପରିବର୍ତ୍ତେ ନିଜ ମନଇଚ୍ଛା କାମ କରୁଛନ୍ତି। ଫଳରେ ସ୍ୱାସ୍ଥ୍ୟକର୍ମୀ ନିଜ କାମ ଠିକ ଭାବେ କରିପାରୁନଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ।

ନୂଆଦିଲ୍ଲୀର ଦ୍ୱାରକା ନର୍ଥ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ସ୍ଥାନରେ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଉପରକୁ କେହି ଦୁର୍ବୃତ୍ତ ପରିସ୍ରା ପୂରାଇ ବୋତଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏନେଇ ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ପରିସ୍ରା ବୋତଲ ଜବତ କରିବା ସହ ଆଇପିସିର ଧାରା ୨୬୮ ଓ ୨୭୦ ଅନୁସାରେ ମାମଲା ରୁଜୁ କରିଛି।

Embarrassing: Unidentified throw bottle of urine in Dwarka ...

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ମରକଜରୁ ଫେରିଥିବା କିଛି କରୋନା ଆକ୍ରାନ୍ତ ମେଡିକାଲରେ ଗଣ୍ଡଗୋଳ କରିଥିଲେ। ଜମାତି ମହମ୍ମଦ ଫହଦ ଓ ଅଦନାନ ଜହିର କ୍ୱାରେଣ୍ଟାଇନରେ ରହି ପାଟିତୁଣ୍ଡ କରିବା ସହ ନିଜ କୋଠରୀ ସାମ୍ନାରେ ଶୌଚ କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ସେମାନଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.