Below header

ଋଷିଆ ଓ ୟୁକ୍ରେନ ଯୁଦ୍ଧ ପ୍ରଭାବ, ପୁଣି ୧୦ରୁ ୧୫ ଟଙ୍କା ବଢିପାରେ ପେଟ୍ରୋଲ,ଡିଜେଲ ଓ ଗ୍ୟାସ ମୂଲ୍ୟ

ନୂଆଦିଲ୍ଲୀ : ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପରିଣାମ ସ୍ୱରୂପ ଅଶୋଧିତ ତୈଳର ଦାମ୍ ୮ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଯାଇଛି | ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଦାମ୍ ୧୦୩ ଡଲାର୍ ପ୍ରତି ବ୍ୟାରେଲ୍ ପିଛା ରହିଛି | ଏହାପୂର୍ବରୁ ୨୦୧୪ରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳର ଦାମ୍ ୧୦୦ ଡଲାର୍ ପାର ହୋଇଯାଇଥିଲା | ଏହା ସହିତ ପ୍ରାକୃତିକ ଗ୍ୟାସର ଦାମ୍ ମଧ୍ୟ ବଢିବାରେ ଲାଗିଛି | ତେଣୁ ଆଗାମୀ ଦିନରେ ଏଲପିଜି ଓ ସିଏନଜି ଗ୍ୟାସର ଦାମ୍ ମଧ୍ୟ ୧୦ରୁ ୧୫ ଟଙ୍କା ବଢିପାରେ ବୋଲି ଆଶଙ୍କା କରଯାଉଛି |

ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ତେଲ ଦର ବଢାଯାଇନି | ନିର୍ବାଚନ ପରେ ଜନତାଙ୍କୁ ପେଟ୍ରୋଲ୍, ଡିଜେଲ୍ ପାଇଁ ଅଧିକ ଅର୍ଥ ଦେବାକୁ ପଡିପାରେ | ବିଧାନସଭା ନିର୍ବାଚନର ଫଳାଫଳ ୧୦ ମାର୍ଚ୍ଚରେ ଆସିବାକୁ ଅଛି | ତେଣୁ ଫଳାଫଳ ପରେ ପେଟ୍ରୋଲ୍, ଡିଜେଲର ଦାମ୍ ବଢିପାରେ |

ମିଡିଆ ରିପୋର୍ଟ ଅନୁସାରେ ଋଷିଆ ପୃଥିବୀରେ ସବୁଠାରୁ ଅଧିକ ତେଲ ଉତ୍ପାଦନ କରିଥାଏ | ଯୁଦ୍ଧ ସ୍ଥିତିରେ ଯୋଗାଣ ବାଧାପ୍ରାପ୍ତ ହେଉଛି ତେଣୁ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି।

ଅନ୍ତର୍ଜାତୀୟ ସ୍ତରରେ ବ୍ୟାରେଲ୍ ପିଛା ତେଲ ଦର ୧୦୦ ଡଲାର୍ ପାର ହେବା ସତ୍ତ୍ବେ ଭାରତରେ ୨୦୨୧ ନଭେମ୍ବର ୩ରୁ ତୈଳ ଦର ବଢି ନାହିଁ | ସେବେ ଠାରୁ ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ୍ ୨୦ ଡଲାରରୁ ଅଧିକ ମହଙ୍ଗା ହୋଇଛି |

ଆଗକୁ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ବଢିବାର ଅନେକ ସମ୍ଭାବନା ଅଛି | ଆଗାମୀ ଦିନରେ ତୈଳ ଦରରେ ୧୫ରୁ ୨୦ ଡଲାର ପର୍ଯ୍ୟନ୍ତ ବଢିପାରେ | ନଭେମ୍ବର ୩ରେ ତୈଳ ଦର ବ୍ୟାରେଲ୍ ପିଛା ୮୦ ଟଙ୍କା ଥିଲା | ଗତ ଅଢେଇ ମାସରେ ତେଲ ଦରରେ ୨୭ ପ୍ରତିଶତ ବୃଦ୍ଧି ପାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.