୩୭ ହଜାର ଫୁଟ ଉଚ୍ଚରେ ଉଡୁଥିଲା ପ୍ଲେନ, ପାଇଲଟଙ୍କ ଆଖି ଲାଗି ଯିବା ପରେ ଯାହା ହେଲା

ନୂଆଦିଲ୍ଲୀ : ଆପଣ ପ୍ଲେନ ୩୭ ହଜାର ଫୁଟ ଉପରେ ଉଡୁଛି ଓ ପାଇଲଟଙ୍କ ଆଖି ଲାଗି ଯାଇଛି । ଆପଣ ଥରେ ଭାବନ୍ତୁ ତ ଯଦି ଆପଣ ଏହି ବିମାନରେ ଥାଆନ୍ତି, କ’ଣ ହେବ ଆପଣଙ୍କ ଅବସ୍ଥା । ଏମିତି ଏକ ଘଟଣା ଘଟିଛି ସୁଦାନରୁ ୟୁଥୋପିଆର ରାଜଧାନୀ ଅଦୀଶ ଯାଉଥିବା ଏକ ବିମାନରେ । ବିମାନଟି ମଝି ଆକାଶରେ ପ୍ରାୟ ୩୭ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ଦୁଇ ପାଇଲଟଙ୍କ ଆଖି ଲାଗିଯାଇଥିଲା । ଫଳରେ ବିମାନ ଅଦିଶରେ ଲ୍ୟାଣ୍ଡିଂ ନକରି ଚାଲି ଯାଇଥିଲା ।

ଚଳିତ ଅଗଷ୍ଟ ୧୫ ତାରିଖରେ ଘଟିଥିଲା ଏହି ଘଟଣା । ବିମାନଟି ଲ୍ୟାଣ୍ଡିଂ ନକରି ଉଡିଯିବାରୁ ଏୟାର ଟ୍ରାଫିକ କେଣ୍ଟ୍ରୋଲ ଅଲର୍ଟ ଜାରି କରିଥିଲା । ହେଲେ ପାଇଲଟ ବିମାନଟିକୁ ଅଟୋ ପାଇଲଟିଂରେ ରଖି ଶୋଇ ପଡିଥିବାରୁ ସିଗନାଲ ଜାଣି ପାରିନଥିଲେ । ରିପୋର୍ଟ ମୁତାବକ ଏୟାର ଟ୍ରାଫିକ କଣ୍ଟ୍ରୋଲ ବହୁବାର ପାଇଲଟଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କଲେ ହେଲେ ସଫଳତା ମିଳି ନଥିଲା ।

ଏହାପରେ ଅଟୋ ପାଇଲଟ ମୋଡ କଟିଯାଇଥିଲା ଓ ଆଲାରମ ବାଜି ଉଠିଥିଲା । ଫଳରେ ଦୁଇ ପାଇଲଟ ଉଠିପଡିଥିଲେ । ଏହାପରେ ବିମାନଟି ଅବତରଣ କରିବା ପାଇଁ ୨୫ ମିନିଟ କାଳ ରନେଓ୍ଵ ଉପରେ ଏଣେ ତେଣେ ଉଡିବାକୁ ଲାଗିଥିଲା । ପରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା । ତେବେ ସୌଭାଗ୍ୟ ବଶତଃ କୌଣସି ଅସୁବିଧା ହୋଇ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.