‘ପିଜା ଓ ସ୍ୟାଣ୍ଡୱିଚ୍ Baked ନୁହେଁ, ଏହା ରନ୍ଧାଖାଦ୍ୟ’: ରାଜସ୍ଥାନ ହାଇକୋର୍ଟ
ରାଜସ୍ଥାନ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ପିଜା ଏବଂ ସ୍ୟାଣ୍ଡୱିଚ୍ ହେଉଛି ରନ୍ଧାଖାଦ୍ୟ ଅର୍ଥାତ୍ ଏହା Cooked ଫୁଡ୍। ଏହା Baked ବ୍ରାଣ୍ଡେଡ୍ ଖାଦ୍ୟ ନୁହେଁ। ଏହି ପୂରା ମାମଲା ରାଜସ୍ଥାନ ଭାଲ୍ୟୁ ଆଡେଡ୍ ଟ୍ୟାକ୍ସ ୨୦୦୩ ସହିତ ଜଡିତ ରହିଛି।

ରାଜସ୍ଥାନ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ଯେ ପିଜା ଏବଂ ସ୍ୟାଣ୍ଡୱିଚ୍ ହେଉଛି ରନ୍ଧାଖାଦ୍ୟ ଅର୍ଥାତ୍ ଏହା Cooked ଫୁଡ୍। ଏହା Baked ବ୍ରାଣ୍ଡେଡ୍ ଖାଦ୍ୟ ନୁହେଁ। ଏହି ପୂରା ମାମଲା ରାଜସ୍ଥାନ ଭାଲ୍ୟୁ ଆଡେଡ୍ ଟ୍ୟାକ୍ସ ୨୦୦୩ ସହିତ ଜଡିତ ରହିଛି।
କଥାଟି ହେଲା, ଟ୍ୟାକ୍ସ ବିଭାଗ ଉଇକିପିଡିଆ ଅନୁସାରେ ପିଜା ଏବଂ ସାଣ୍ଡୱିଚ୍କୁ ନନ୍-କୁକ୍ଡ ଫୁଡ୍ ଅର୍ଥାତ୍ ରନ୍ଧା ହୋଇ ନ ଥିବା ଖାଦ୍ୟ ଭାବରେ ଶ୍ରେଣୀଭୁକ୍ତ କରିଥିଲା, ଯାହାକୁ ଏବେ କୋର୍ଟ ଭୁଲ ବୋଲି କହିଛନ୍ତି।
କୋର୍ଟରେ ଯୁକ୍ତି ଦିଆଯାଇଥିଲା ଯେ ପିଜା ଏବଂ ସାଣ୍ଡୱିଚ୍କୁ ରନ୍ଧାଖାଦ୍ୟ ବର୍ଗରେ ଦିଆଯାଇ ପାରିବ ନାହିଁ, କାରଣ ଲୋକେ ଏଗୁଡ଼ିକୁ ଭାତ, ତରକାରୀ, ରୁଟି ଭଳି ସାଧାରଣ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ନାହିଁ। କିନ୍ତୁ ଜଷ୍ଟିସ ସମୀର ଜୈନଙ୍କ ବେଞ୍ଚ୍ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସମୟ ସହିତ ଖାଦ୍ୟାଭାସ ମଧ୍ୟ ବଦଳିଥାଏ। ଏମିତିରେ ଏହି ଯୁକ୍ତି ସମ୍ପୂର୍ଣ୍ଣ ଠିକ୍ ନୁହେଁ ଏବଂ ଟ୍ୟାକ୍ସ ବୋର୍ଡର ନିଷ୍କର୍ସ ବି ଠୋସ୍ ନୁହେଁ।
ବାସ୍ତବରେ, ରାଜସ୍ଥାନ ଟ୍ୟାକ୍ସ ବୋର୍ଡ ପିଜା ଏବଂ ସାଣ୍ଡୱିଚ୍ ବିକ୍ରି କରୁଥିବା ରେଷ୍ଟୁରାଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଥିଲା କି, ଏହି ଦ୍ରବ୍ୟଗୁଡ଼ିକର ବିକ୍ରୟ ପାଇଁ ୫ ପ୍ରତିଶତ ବଦଳରେ ୧୪ ପ୍ରତିଶତ ଭାଟ୍ ଦେବାକୁ ହେବ। ଟ୍ୟାକ୍ସ ବୋର୍ଡର ଏହି ଆଦେଶ ବିରୋଧରେ ରେଷ୍ଟୁରାଣ୍ଟ ମାଲିକମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ରେଷ୍ଟୁରାଣ୍ଟ ମାଲିକମାନଙ୍କ କହିବା ହେଲା, ପିଜା ଏବଂ ସାଣ୍ଡୱିଚ୍ ମଧ୍ୟ ହେଉଛି ଖାଦ୍ୟ। ଏଗୁଡ଼ିକ ଶରୀରକୁ କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଭିଟାମିନ୍, ପ୍ରୋଟିନ୍ ଏବଂ ମିନେରାଲ୍ସ ଭଳି ପୋଷକ ତତ୍ତ୍ୱ ପ୍ରଦାନ କରିଥାଆନ୍ତି।